ଭେଣ୍ଡିଆ ପୁଅର ଶବ ନେବାକୁ ବିହାରରୁ ଆସିଛି ବୁଢ଼ୀ ମା’
ଭୂବନେଶ୍ୱର : ଭୂବନେଶ୍ୱର ଏମ୍ସରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କିଛି ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ କିଛି ମୃତଦେହର ପରିଚୟ ମିଳିନାହିଁ । ଏହାରି ମଧ୍ୟରେ ଏକ ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି I ନିଜ ଭେଣ୍ଡିଆ ପୁଅର ଶବ ନେବାକୁ ସୁଦୂର ବିହାରରୁ ରାଜଧାନୀ ଭୁବନେଶ୍ୱରକୁ ଧାଇଁ ଆସିଛି ବୁଢ଼ୀ ମା’ I ଆଖିରେ ଆଖିଏ ଲୁହ,ଛାତିରେ କୋହକୁ ଚାପି ଧରି ଏମ୍ସରେ […]
ଭୂବନେଶ୍ୱର : ଭୂବନେଶ୍ୱର ଏମ୍ସରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କିଛି ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ କିଛି ମୃତଦେହର ପରିଚୟ ମିଳିନାହିଁ । ଏହାରି ମଧ୍ୟରେ ଏକ ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି I ନିଜ ଭେଣ୍ଡିଆ ପୁଅର ଶବ ନେବାକୁ ସୁଦୂର ବିହାରରୁ ରାଜଧାନୀ ଭୁବନେଶ୍ୱରକୁ ଧାଇଁ ଆସିଛି ବୁଢ଼ୀ ମା’ I ଆଖିରେ ଆଖିଏ ଲୁହ,ଛାତିରେ କୋହକୁ ଚାପି ଧରି ଏମ୍ସରେ ଖୋଜୁଛି ନିଜ ରୋଜଗାରିଆ ପୁଅକୁ । କେତେବେଳେ ସେ ଲୁହ ଆଖିରେ ଆଖିରେ ଶୁଖିଯାଉଛି ତ, ଆଉ କେତେବେଳେ ଅମାନିଆ ହୋଇ ବୋହି ଆସୁଛି ଗାଲ ପାଖକୁ । ଲୁହକୁ କାନିରେ ପୋଛି ଦେଇ ପୁଣି ଗାଲରେ ହାତଦେଇ କୋହ ଚାପି ବସି କଣ ସବୁ ଭାବୁଛି ମା’ଟି।
ଏଣେ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକେ ଦୁର୍ଘଟଣାରେ ମୃତାହତ ହୋଇଥିବା ନିଜ ପ୍ରିୟଜନଙ୍କୁ ଖୋଜିବାରେ ବ୍ୟସ୍ତ । ହାତରେ ଆଧାରକାର୍ଡ଼ ଓ ମୋବାଇଲେ ଥିବା ଫାଟରେ ମିସାଉଛନ୍ତି ମୃତକଙ୍କ ମୁହଁ । ସେହିପରି ଏ ମା’ଟି ମଧ୍ୟ ଖୋଜୁଛି ନିଜ ଜନ୍ମକଲା ପୁଅକୁ I
ମା’ଙ୍କର ୭ ଟି ପିଲାମଧ୍ୟରୁ ଦୁର୍ଘଟଣାର ଶିକାର ହୋଇଥିବା ସନ୍ତାନଟି ଥିଲା ଘରର ବଡ଼ ଓ ରୋଜଗାରିଆ ପୁଅ I ସେ ବାଙ୍ଗାଲୋରରେ ଶ୍ରମିକ ଭାବରେ କାମ କରୁଥିଲେ I ହେଲେ ଜୁନ ୨ ତାରିଖର ସେହି କାଳ ରାତ୍ରି ଥିଲା ପୁଅ ପାଇଁ ଶେଷ ରାତି I ଲୋୖହ ଦାନବ ନେଇଗଲା ବୁଢ଼ୀ ମା’ର ପୁଅର ଜୀବନ। ଓଡ଼ିଶାର ରାସ୍ତାଘାଟ ପ୍ରତି ଅନଭିଜ୍ଞ ଥିଲେ ମଧ୍ୟ ମାଆଟି ନିଜ ଆଉ ଗୋଟିଏ ପୁଅକୁ ଧରି ସୁଦୂର ବିହାରର ରୁ ଭୁବନେଶ୍ୱର ଏମ୍ସ କୁ ଧାଇଁ ଆସିଛି।




