ଷଣ୍ଢ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କଟକ : ବୃଦ୍ଧଙ୍କୁ ଭୁସି ମାରିଦେଲା ଷଣ୍ଢ । କଟକ ବିଡ଼ାନାସୀ ଥାନା ଭୁଆସୁଣୀ ପଠାରେ ଘଟିଛି ଏହି ଅଘଟଣ । ଆଜି ସକାଳେ ବୃଦ୍ଧ ଜଣଙ୍କ ଶୌଚ ପାଇଁ ଭୁଆସୁଣୀ ପଠାକୁ ଯାଇଥିବା ବେଳେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ । ଷଣ୍ଢଟି କୌଣସି କାରଣରୁ ଉତ୍ୟକ୍ତ ହୋଇ ବୃଦ୍ଧଙ୍କୁ ଶିଙ୍ଗରେ ବାରମ୍ବାର ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ଜଣକ ବିଡାନାସୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଅଘଟଣ […]

Samaya Live Picture
Published On

କଟକ : ବୃଦ୍ଧଙ୍କୁ ଭୁସି ମାରିଦେଲା ଷଣ୍ଢ । କଟକ ବିଡ଼ାନାସୀ ଥାନା ଭୁଆସୁଣୀ ପଠାରେ ଘଟିଛି ଏହି ଅଘଟଣ । ଆଜି ସକାଳେ ବୃଦ୍ଧ ଜଣଙ୍କ ଶୌଚ ପାଇଁ ଭୁଆସୁଣୀ ପଠାକୁ ଯାଇଥିବା ବେଳେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ । ଷଣ୍ଢଟି କୌଣସି କାରଣରୁ ଉତ୍ୟକ୍ତ ହୋଇ ବୃଦ୍ଧଙ୍କୁ ଶିଙ୍ଗରେ ବାରମ୍ବାର ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ଜଣକ ବିଡାନାସୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଅଘଟଣ ଖବର ପାଇ ସିଏମ୍‌ସି ପକ୍ଷରୁ ଷଣ୍ଢକୁ କାବୁ କରାଯାଇଛି। ଗତକାଲି ମଧ୍ୟ ଏକାଧିକ ଲୋକଙ୍କୁ ଷଣ୍ଢ ଆକ୍ରମଣ କରିଥିଲା।

Tags: