ଭାରତୀୟ ସେନା ଗାଡ଼ିରେ ନିଆଁ ଲାଗିବା ଘଟଣାରେ ଓଡ଼ିଆ ଯବାନ ସହିଦ
ଜାମ୍ମୁ : ଗତକାଲି ରା଼ଯୋୖରି -ପୁଞ୍ଚ ଜାତୀୟ ରାଜପଥରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଏକ ସେନା ଗାଡିରେ ନିଆଁ ଲାଗିଯାଇ ୫ ଜଣ ସୈନିକ ସହିଦ ହୋଇଥିଲେ I ଏମାନଙ୍କ ମଧ୍ୟରୁ ଅଛନ୍ତି ପୁରୀର ଜଣେ ଓଡ଼ିଆ ଯବାନ Iସହିଦ ଓଡ଼ିଆ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ (୨୮)। ତାଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିରେ। ସେ ବାପା ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ବଡ଼ପୁଅ I ଦେବାଶିଷ ପ୍ରାୟ […]
ଜାମ୍ମୁ : ଗତକାଲି ରା଼ଯୋୖରି -ପୁଞ୍ଚ ଜାତୀୟ ରାଜପଥରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଏକ ସେନା ଗାଡିରେ ନିଆଁ ଲାଗିଯାଇ ୫ ଜଣ ସୈନିକ ସହିଦ ହୋଇଥିଲେ I ଏମାନଙ୍କ ମଧ୍ୟରୁ ଅଛନ୍ତି ପୁରୀର ଜଣେ ଓଡ଼ିଆ ଯବାନ Iସହିଦ ଓଡ଼ିଆ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ (୨୮)। ତାଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିରେ। ସେ ବାପା ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ବଡ଼ପୁଅ I ଦେବାଶିଷ ପ୍ରାୟ ୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୨୨ ମସିହା ମେ ମାସ ୪ ତାରିଖ ଅକ୍ଷୟ ତୃତୀୟାରେ ସୁଶ୍ରୀସଙ୍ଗୀତା ବିଶ୍ବାଳ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ I ଏବେ ତାଙ୍କର ୭ ମାସର ଏକ ଝିଅ ରହିଛି । ଦେବାଶିଷଙ୍କ ପରିବାରକୁ ଭାରତୀୟ ସେନା ମୁଖ୍ୟାଳୟରୁ ଫୋନ୍ ଯୋଗେ ଏହି ସୂଚନା ଦିଆଯାଇଥିଲା । ଏହି ଖବର ପ୍ରଚାର ହେବା ପରିବାରରେ କନ୍ଦାବୋବାଳୀ ପଡିଯିବା ସହିତ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ସୂଚନାନୁସାରେ,ଗତକାଲି ଜମ୍ମୁ-କଶ୍ମୀରର ପୁଞ୍ଚରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଗୋଟିଏ ଟ୍ରକ୍ରେ ଯାଉଥିଲା। ଟ୍ରକଟି ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହାପରେ ଗ୍ରେନେଡ ମାଡ଼ ଯୋଗୁ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ଆତଙ୍କବାଦୀମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ସେନା ଟ୍ରକ୍ ଉପରେ ହମଲା କରିଥିଲେ। ଏଥିରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଲିତ ପିପୁଲ୍ସ ଆଣ୍ଟି ଫାଶିଷ୍ଟ ଫ୍ରଣ୍ଟ(ପିଏଏଫଏଫ) ହମଲା ପାଇଁ ନିଜକୁ ଦାୟୀ କରିଛି।




