ଦେଶର ପ୍ରଥମ ମହିଳା ADC ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର:ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ମହିଳା ADC(Aide-De-Camp) । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ଏଡିସି ଭାବେ ନିଯୁକ୍ତି ଦେଇଛନ୍ତି । ମନୀଷାଙ୍କ ମୁଲଘର ଗଞ୍ଜାମ ଜିଲ୍ଲ ବ୍ରହ୍ମପୁରରେ ହୋଇଥିବାବେଳେ ସେ ଭୁବନେଶ୍ବରରେ ରହିଆସୁଛନ୍ତି । ସେ ଭୁବନେଶ୍ବର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର। ସ୍କ୍ୱାର୍ଡନଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର,ପୁନେ ଓ […]

Samaya Live Picture
Published On

ଭୁବନେଶ୍ୱର:ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ମହିଳା ADC(Aide-De-Camp) । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ଏଡିସି ଭାବେ ନିଯୁକ୍ତି ଦେଇଛନ୍ତି । ମନୀଷାଙ୍କ ମୁଲଘର ଗଞ୍ଜାମ ଜିଲ୍ଲ ବ୍ରହ୍ମପୁରରେ ହୋଇଥିବାବେଳେ ସେ ଭୁବନେଶ୍ବରରେ ରହିଆସୁଛନ୍ତି । ସେ ଭୁବନେଶ୍ବର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର।

ସ୍କ୍ୱାର୍ଡନଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର,ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ । ଗତକାଲି ମନୀଷା ନିଜ ପଦବୀରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ମିଜୋରାମ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ପରିଚୟ କରାଯାଇଥିଲା।

Tags: