ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି,ଗୁରୁତରଙ୍କୁ ମାଗଣା ଚିକିତ୍ସା ଘୋଷଣା
ଭୁବନେଶ୍ୱର : ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ୮ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି I ଏହା ସହିତ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତଙ୍କ ଆଶୁ ଆରୋଗ୍ୟ କରିବା ସହ ମାଗଣା ଚିକିତ୍ସା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ସୂଚନାନୁସାରେ,ଆଜି ଭୋର ୫ଟା ବେଳେ […]
ଭୁବନେଶ୍ୱର : ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ୮ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି I ଏହା ସହିତ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତଙ୍କ ଆଶୁ ଆରୋଗ୍ୟ କରିବା ସହ ମାଗଣା ଚିକିତ୍ସା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I
ସୂଚନାନୁସାରେ,ଆଜି ଭୋର ୫ଟା ବେଳେ ଘଟଣା ତାରିଣୀ ମନ୍ଦିର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା I ମା’ଙ୍କ ଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଡ଼ାମାରି ଓ ବତାଗଡଗାଁର ଆସୁଥିଲେ ୨ ଟି ପରିବାର I ଏକ ଉଇଙ୍ଗର ଭ୍ୟାନରେ ୨୦ ଜଣ ଆସୁଥିବାବେଳେ କେନ୍ଦୁଝର ଜିଲ୍ଲା ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଭ୍ୟାନ୍ ଟି ଧକ୍କା ଖାଇଥିଲା I ଭ୍ୟାନର ବେଗ ଅଧିକ ଥିବାରୁ ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା I ଏହା ସହିତ ଭ୍ୟାନଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଥିଲା I ଦୁର୍ଘଟଣା ପରେ ଭ୍ୟାନ୍ ର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି I ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ଯା,ପୁଅ ଏବଂ ବୋହୁ । ଗତ ଜୁନ ମାସରେ ରେଣୁବାଳାଙ୍କ ୧୨ଜଣ ସମ୍ପର୍କୀୟଙ୍କ ବସ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଖୋଳତାଡ଼ କରୁଛି ।




