ବୁଲା କୁକୁର କାମୁଡ଼ାରେ ବୃଦ୍ଧାଙ୍କ ମୃତ୍ୟୁ

ଜଳେଶ୍ୱର : ବୁଲା କୁକୁରଙ୍କ ଉତ୍ପାତ । ଘର ଭିତରେ ପଶି ବୃଦ୍ଧାଙ୍କୁ ଝୁଣି ମାରିଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୋଗରାଇ ପଞ୍ଚାୟତ ଜୟନାରାୟଣପୁର ଗାଁରେ । ମୃତ ବୃଦ୍ଧା ଜଣକ ଶ୍ରୀଧର ସାହୁଙ୍କ ସ୍ତ୍ରୀ ବାସନ୍ତୀ ସାହୁ ।ଗୁରୁବାର ସକାଳେ ପରିବାର ସଦସ୍ୟମାନେ ପଞ୍ଚୁକ ବ୍ରତ ପାଇଁ ଚଉରା ପୂଜା କରୁଥିବାବେଳେ ଘର ଭିତରେ ଗୋଟିଏ ବୁଲା କୁକୁର ପଶିଯାଇ ବାସନ୍ତୀଙ୍କ କାମୁଡି ରକ୍ତାକ୍ତ କରିଥିଲା । ବାସନ୍ତୀଙ୍କ ପାଟି ଶୁଣି […]

Samaya Live Picture
Published On

ଜଳେଶ୍ୱର : ବୁଲା କୁକୁରଙ୍କ ଉତ୍ପାତ । ଘର ଭିତରେ ପଶି ବୃଦ୍ଧାଙ୍କୁ ଝୁଣି ମାରିଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୋଗରାଇ ପଞ୍ଚାୟତ ଜୟନାରାୟଣପୁର ଗାଁରେ । ମୃତ ବୃଦ୍ଧା ଜଣକ ଶ୍ରୀଧର ସାହୁଙ୍କ ସ୍ତ୍ରୀ ବାସନ୍ତୀ ସାହୁ ।ଗୁରୁବାର ସକାଳେ ପରିବାର ସଦସ୍ୟମାନେ ପଞ୍ଚୁକ ବ୍ରତ ପାଇଁ ଚଉରା ପୂଜା କରୁଥିବାବେଳେ ଘର ଭିତରେ ଗୋଟିଏ ବୁଲା କୁକୁର ପଶିଯାଇ ବାସନ୍ତୀଙ୍କ କାମୁଡି ରକ୍ତାକ୍ତ କରିଥିଲା । ବାସନ୍ତୀଙ୍କ ପାଟି ଶୁଣି ପଡୋଶୀ ଲୋକେ ଆସି କୁକୁର କବଳରୁ ବାସନ୍ତୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୁକୁରଟି ବାସନ୍ତୀଙ୍କୁ ଛାଡି ନଥିଲା । ତେବେ କୁକୁରଟି ପାଗଳ ହୋଇଯାଇଥିବା କୁହାଯାଉଥିବା ବେଳେ ଗ୍ରାମବାସୀ କୁକୁରକୁ ପିଟିପିଟି ମାରି ଦେଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।

Tags: