ବଜେଟ ଅଧିବେଶନ ପୂର୍ବରୁ ଆଜି ବସିଲା ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ଆସନ୍ତା କାଲି ବସୁଛି ବିଧାନସଭା ବଜେଟ ଅଧିବେଶନ I ଏହା ପୂର୍ବରୁ ଆଜି ବସିଲା ସର୍ବ ଦଳୀୟ ବୈଠକ । ଗୃହ କାର୍ଯ୍ୟକୁ ସରୁଖୁରୁରେ ଚଳେଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଡାକିଛନ୍ତି ସର୍ବ ଦଳୀୟ ବୈଠକ । ଏହି ବୈଠକରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର , କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଓ ପ୍ରମୁଖ ବିଧାୟକମାନେ ଯୋଗଦେଇଛନ୍ତି । ଏହାସହ ସିପିଆଇଏମ ବିଧାୟକ ଲକ୍ଷଣ ମୁଣ୍ଡା […]
ଭୁବନେଶ୍ୱର : ଆସନ୍ତା କାଲି ବସୁଛି ବିଧାନସଭା ବଜେଟ ଅଧିବେଶନ I ଏହା ପୂର୍ବରୁ ଆଜି ବସିଲା ସର୍ବ ଦଳୀୟ ବୈଠକ । ଗୃହ କାର୍ଯ୍ୟକୁ ସରୁଖୁରୁରେ ଚଳେଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଡାକିଛନ୍ତି ସର୍ବ ଦଳୀୟ ବୈଠକ । ଏହି ବୈଠକରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର , କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଓ ପ୍ରମୁଖ ବିଧାୟକମାନେ ଯୋଗଦେଇଛନ୍ତି । ଏହାସହ ସିପିଆଇଏମ ବିଧାୟକ ଲକ୍ଷଣ ମୁଣ୍ଡା ମଧ୍ୟ ସର୍ବଦଳୀୟ ବୈଠକରେ ଉପସ୍ଥିତ ଅଛନ୍ତି।
ଆସନ୍ତା କାଲି ୨୧-୦୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ଏହି ବଜେଟ ଅଧିବେଶନ । ଏଥିରେ ବିରୋଧୀ ଓ ଶାସକ ଦଳର ବିଧାୟକମାନେ ଯେପରି ସାହାଯ୍ୟ କରିବେ ସେ ନେଇ ବାଚସ୍ପତିଙ୍କ ସହ ହୋଇଛି ଆଲୋଚନା ।ଏହା ସହ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଦଳ ପାଇଁ ସପ୍ତାହରେ କେତୋଟି ଲେଖାଏ ମୁଲତବି ଭାଗ ପଡିବ ଏନେଇ ଏହି ବୈଠକ ସ୍ଥିର ହୋଇଛି ।
ତେବେ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆସନ୍ତା କାଲିଠୁ ମାର୍ଚ୍ଚ ୧ତାରିଖ ଯାଏଁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ତାରିଖ ପର୍ଯ୍ୟାନ୍ତ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବୃଆରୀ୨୪ ତାରିଖ ଦିନ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୩ -୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।
ସେପଟେ ବିଧାନସଭାରେ କିପରି ବିରୋଧୀ ଶାସକ ଦଳକୁ ଘେରିବେ , ଏବଂ ଶାସକ ଦଳ କିପରି ବିରୋଧୀଙ୍କୁ ମୁକାବିଲା କରବ ସେନେଇ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି ।
ତେଣେ ବିଧାନସଭାର ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ଏଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁତୟନ ହେବେ ୩୦ ପ୍ଲାଟୁନ ପୁଲିସ ଫୋର୍ସ। ଦୁଇଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ଜଣ ଏସିପି, ୧୩ଜଣ ଆଇଆଇଆସି, ୮୫ଜଣ ଅଫିସର ଓ ୨୦୦ଜଣ କନେଷ୍ଟବଳ ମୁତୟନ ହେବେ। ଏହାଛଡ଼ା ବିକ୍ଷୋଭ ସ୍ଥଳ ଉପରେ ବି ପୁଲିସ ନଜର ରଖିବ ବୋଲି ଡିଜି କହିଛନ୍ତି।




