ଆଜି ଗୃହରେ ଆଗତ ହେବ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ

ଭୁବନେଶ୍ୱର : ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଆଜି ଅତିରିକ୍ତ ବଜେଟକୁ ଗୃହର ମଂଜୁରୀ ମିଳିବ । ଗୃହରେ ଏହା ଉପରେ ଆଲୋଚନା ହେବା ସହିତ ବିଧେୟକ ଆଗତ କରାଯିବ । ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି […]

Samaya Live Picture
Published On

ଭୁବନେଶ୍ୱର : ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଆଜି ଅତିରିକ୍ତ ବଜେଟକୁ ଗୃହର ମଂଜୁରୀ ମିଳିବ । ଗୃହରେ ଏହା ଉପରେ ଆଲୋଚନା ହେବା ସହିତ ବିଧେୟକ ଆଗତ କରାଯିବ । ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି । ତେବେ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ । ତେଣୁ ବିଧାନସଭା ସରଗରମ ରହିବ ବୋଲି ଆଶା କରାଯାଉଛି ।

ଆଜି ପ୍ରଶ୍ନକାଳରେ ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି । ସେହିପରି ଆଜି ଗୃହରେ CAG ରିପୋର୍ଟ ଉପସ୍ଥାପିତ ହେବ । ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖରେ ଚଳିତ ଅଧିବେଶନ ଶେଷ ହେବାକୁ ଥିବା ବେଳେ, କୌଣସି ବେସରକାରୀ କାର୍ଯ୍ୟ ଦିବସ ରହିନଥିବାରୁ ଆଜି ବିଧାନସଭା ଶେଷ ହୋଇପାରେ ବୋଲି ଆଶା କରାଯାଉଛି ।

Tags: