କ୍ଷତିଗ୍ରସ୍ତ କୁକୁଡାଚାଷୀଙ୍କୁ ମିଳିବ ସହାୟତା ରାଶି
ଭୁବନେଶ୍ୱର : ପୁରୀ ଜିଲ୍ଲା ପିପିଲି ଏବଂ ସତ୍ୟବାଦୀର ଆତଙ୍କ ଖେଳଇଛି ବାର୍ଡ ଫ୍ଲୁ । ଏଠାରେ ଶହ ଶହ କୁକୁଡାଙ୍କୁ ମାରି ପୋତାଯାଇଛି। ତେବେ ଏ ନେଇ ବର୍ତ୍ତମାନ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଜିଲ୍ଲାରେ କେବଳ ଦୁଇଟି ବ୍ଲକରେ ବାର୍ଡ ଫ୍ଲୁ ଆତଙ୍କ ରହିଛି। ପିପିଲି ଏବଂ ସାକ୍ଷୀଗୋପାଳରୁ ନମୁନା ଭୋପାଳ ପଠାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି। ଏହି ସବୁ ସ୍ଥାନରେ ପ୍ରତିବନ୍ଧକ ଲଗାଯାଇଛି । ଫର୍ମ […]
ଭୁବନେଶ୍ୱର : ପୁରୀ ଜିଲ୍ଲା ପିପିଲି ଏବଂ ସତ୍ୟବାଦୀର ଆତଙ୍କ ଖେଳଇଛି ବାର୍ଡ ଫ୍ଲୁ । ଏଠାରେ ଶହ ଶହ କୁକୁଡାଙ୍କୁ ମାରି ପୋତାଯାଇଛି। ତେବେ ଏ ନେଇ ବର୍ତ୍ତମାନ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଜିଲ୍ଲାରେ କେବଳ ଦୁଇଟି ବ୍ଲକରେ ବାର୍ଡ ଫ୍ଲୁ ଆତଙ୍କ ରହିଛି। ପିପିଲି ଏବଂ ସାକ୍ଷୀଗୋପାଳରୁ ନମୁନା ଭୋପାଳ ପଠାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି। ଏହି ସବୁ ସ୍ଥାନରେ ପ୍ରତିବନ୍ଧକ ଲଗାଯାଇଛି । ଫର୍ମ ଗୁଡିକରେ ସଂକ୍ରମିତ ୩୦ ହଜାରରୁ ଉର୍ଧ୍ଵ କୁକୁଡ଼ାଙ୍କୁ ମାରି ପୋତା ଯିବାସହ ସେହି ଅଂଚଳକୁ ସାନିଟାଇଜ କରାଯାଉଛି I
କ୍ଷତିଗ୍ରସ୍ତ ହୋଇଥିବା କୁକୁଡ଼ା ଚାଷୀମାନଙ୍କ କ୍ଷତି ପୂରଣ ବାବଦରେ ଛୋଟ କୁକୁଡାକୁ ୨୦ ଟଙ୍କା ଏବଂ ବଡ କୁକୁଡାକୁ ୭୦ ଟଙ୍କା ଲେଖାଏଁ ଦେବାକୁ ବିଭାଗ ଯୋଜନା କରୁଛି। ଆଗାମୀ ଦିନରେ ଯେପରି ବାର୍ଡ ଫ୍ଲୁ ନ ବ୍ୟାପିବ ସେନେଇ ସତର୍କତା ମୂଳକ ପଦକ୍ଷେପ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ମନ୍ତ୍ରୀ କହିଛନ୍ତି ବାର୍ଡ଼ ଫ୍ଲୁ ହୋଇଥିବା ଅଞ୍ଚଳରେ କୁକୁଡ଼ା ନେବା ଆଣିବା କରୁଥିବା ଗାଡି ଏବଂ କୁକୁଡ଼ା ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିସହ ଏହାକୁ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବାର୍ଡ ଫ୍ଲୁ ପଜିଟିଭ ଥିବା ଅଞ୍ଚଳକୁ ବାଦ ଦେଲେ ଅନ୍ୟ ଅଞ୍ଚଳରେ କୁକୁଡା ଖାଇବାରେ ପ୍ରତିବନ୍ଧକ ନାହିଁ।




