ଅମ୍ଲାନ ଯୋଜନା : ଖରାଛୁଟିରେ ସମସ୍ତ ସ୍କୁଲ ପିଲାଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ୍ ବଟିକା
ଭୁବନେଶ୍ୱର : ଓଡିଶା ସରକାରଙ୍କ ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟକୁ ଆନେମିଆ ମୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି I ଅମ୍ଳାନ କାର୍ଯ୍ୟକ୍ରମ ପ୍ରଥମେ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ ହେବାକୁ ଯାଉଛି I ଗ୍ରୀଷ୍ମକାଳୀନ ଛୁଟିରେ ଏଣିକି ପିଲାଙ୍କୁ ବଣ୍ଟାଯିବ ଆଇରନ ଟାବଲେଟ୍ । ଖରା ଛୁଟିରେ ସପ୍ତାହରେ ସୋମବାର ଦିନ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଟାବଲେଟ୍ । ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ଟାବଲେଟ୍ କୁ ଭେରିଫାଏ କରି ଅଭିଭାବକମାନଙ୍କୁ ଦେବେ । […]
ଭୁବନେଶ୍ୱର : ଓଡିଶା ସରକାରଙ୍କ ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟକୁ ଆନେମିଆ ମୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି I ଅମ୍ଳାନ କାର୍ଯ୍ୟକ୍ରମ ପ୍ରଥମେ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ ହେବାକୁ ଯାଉଛି I ଗ୍ରୀଷ୍ମକାଳୀନ ଛୁଟିରେ ଏଣିକି ପିଲାଙ୍କୁ ବଣ୍ଟାଯିବ ଆଇରନ ଟାବଲେଟ୍ । ଖରା ଛୁଟିରେ ସପ୍ତାହରେ ସୋମବାର ଦିନ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଟାବଲେଟ୍ । ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ଟାବଲେଟ୍ କୁ ଭେରିଫାଏ କରି ଅଭିଭାବକମାନଙ୍କୁ ଦେବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଛାତ୍ରଛାତ୍ରୀ ପିଛା ୮ଟି IFA ଟ୍ୟାବଲେଟ ଦିଆଯିବ I
ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀଙ୍କୁ ପିଙ୍କ ଟାବଲେଟ୍ ଓ ବ୍ଲୁ ଟାବଲେଟ୍ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଅଭିଭାବକଙ୍କୁ ଟାବଲେଟ୍ ହସ୍ତାନ୍ତର ପୂର୍ବରୁ ଏହାର ମୋଡାଲିଟି ସଂପର୍କରେ ଅବଗତ କରାଯିବ । ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ ଆଇଏଫଏ ଟାବଲେଟ୍ ଲଞ୍ଚ ବା ଡିନର ଖାଇବା ପରେ ଖାଇବେ । ଟାଣ ଖରା ଯୋଗୁଁ ଏସଆରସିଙ୍କ ଗାଇଡଲାଇନ ମାନି ସକାଳେ କି ସାନ୍ଧ୍ୟ ସମୟରେ ଏହି ଟବଲେଟ୍ ଘରକୁ ଯାଇ ବାଣ୍ଟିବେ ଶିକ୍ଷକ ।
ସୂଚନାନୁସାରେ ଏପ୍ରିଲ ୨୧ ଠାରୁ ଜୁନ୍ ୧୬ ପର୍ଯ୍ୟନ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଗୁଡ଼ିକୁ ବନ୍ଦ ରହିବ । ଏହି ସମୟରେ ଘରକୁ ଘର ଯାଇ ଟାବଲେଟ୍ ବଣ୍ଟାଯିବ । ଶିକ୍ଷକମାନଙ୍କୁ ଟାବଲେଟ୍ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ପିଏମ ପୋଷଣ ଯୋଜନାର ରାଜ୍ୟ ନୋଡାଲ ଅଫିସର ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ବା ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି ।




