କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶାଗସ୍ତ ବାତିଲ୍
ଭୁବନେଶ୍ୱର:ଓଡିଶା ଗସ୍ତ ବାତିଲ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥାନ୍ତେ। ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ ଏବେ ଦେଶ ଗୋଟିଏ ସପ୍ତାହ ପାଇଁ ଶୋକ ପାଳୁଛି। ପୁରା ଦେଶ ଶୋକରେ ବୁଡିଛି। ଏହାକୁ ସମ୍ମାନ ଦେଇ ଗୃହମନ୍ତ୍ରୀ ଅମିତ ସାହା ତାଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମକୁ […]
ଭୁବନେଶ୍ୱର:ଓଡିଶା ଗସ୍ତ ବାତିଲ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥାନ୍ତେ। ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ ଏବେ ଦେଶ ଗୋଟିଏ ସପ୍ତାହ ପାଇଁ ଶୋକ ପାଳୁଛି। ପୁରା ଦେଶ ଶୋକରେ ବୁଡିଛି।
ଏହାକୁ ସମ୍ମାନ ଦେଇ ଗୃହମନ୍ତ୍ରୀ ଅମିତ ସାହା ତାଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି।
ଓଡିଶା ଗସ୍ତରେ ଆସି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ସାହା । ଏନେଇ ଓଡ଼ିଶା ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମର୍ ଗତକାଲି ସୂଚନା ଦେଇଥିଲେ। କିନ୍ତୁ ଏଵେ ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି।




