ଓଡ଼ିଶାରେ ପହଁଚିଲେ ଅମିତ ଶାହ

ଭୁବନେଶ୍ୱର : ଓଡିଶାରେ ପହଞ୍ଚିଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ବିଜେପି ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରେ ଶାହଙ୍କୁ ସ୍ୱାଗତ କରାଯାଇଛି । ଅମିତ ଶାହଙ୍କର ଆଜି ୩ଟି ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଚାନ୍ଦବାଲି, କୋରେଇ ଏବଂ ନିମାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଡବଲ ଇଞ୍ଜିନ ସରକାର ପାଇଁ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା […]

Samaya Live Picture
Published On

ଭୁବନେଶ୍ୱର : ଓଡିଶାରେ ପହଞ୍ଚିଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ବିଜେପି ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରେ ଶାହଙ୍କୁ ସ୍ୱାଗତ କରାଯାଇଛି । ଅମିତ ଶାହଙ୍କର ଆଜି ୩ଟି ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଚାନ୍ଦବାଲି, କୋରେଇ ଏବଂ ନିମାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଡବଲ ଇଞ୍ଜିନ ସରକାର ପାଇଁ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜଗତସିଂହପୁର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ବିଭୁ ତରାଇ, ନିମାପଡ଼ା ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା, ସମୀର ରଞ୍ଜନ ଦାଶ ଏବଂ ଅନ୍ୟନେତାମାନେ ଯୋଗଦେବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶା ଗସ୍ତରେ ଆସି ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Tags: