ଅନୁକମ୍ପା ମୂଳକ ଥଇଥାନ ଯୋଜନାରେ ହେବ ସଂଶୋଧନ – ଆଇନ ମନ୍ତ୍ରୀ
ଭୁବନେଶ୍ୱର : ଚାକିରୀରେ ଥାଇ ମୃତ୍ୟୁ ବରଣ କଲେ ପରିବାର ସଦସ୍ୟଙ୍କୁ ଅନୁକମ୍ପା ମୂଳକ ଥଇଥାନ ପ୍ରସଙ୍ଗ । ଏନେଇ ରାଜ୍ୟ ସରକାର ନେଇପାରନ୍ତି ବଡ଼ ନିଷ୍ପତି । ରିହାବିଲିଟେନ୍ ଯୋଜନାରେ ହୋଇପାରେ ସଂଶୋଧନ I ପରିବାର ସଦସ୍ୟଙ୍କୁ ଚାକିରି ନହେଲେ ମୋଟା ଅଙ୍କର ଆର୍ଥିକ ସହାୟତା ପ୍ରଦାନ କରାଯିବ କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ । ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ […]
ଭୁବନେଶ୍ୱର : ଚାକିରୀରେ ଥାଇ ମୃତ୍ୟୁ ବରଣ କଲେ ପରିବାର ସଦସ୍ୟଙ୍କୁ ଅନୁକମ୍ପା ମୂଳକ ଥଇଥାନ ପ୍ରସଙ୍ଗ । ଏନେଇ ରାଜ୍ୟ ସରକାର ନେଇପାରନ୍ତି ବଡ଼ ନିଷ୍ପତି । ରିହାବିଲିଟେନ୍ ଯୋଜନାରେ ହୋଇପାରେ ସଂଶୋଧନ I ପରିବାର ସଦସ୍ୟଙ୍କୁ ଚାକିରି ନହେଲେ ମୋଟା ଅଙ୍କର ଆର୍ଥିକ ସହାୟତା ପ୍ରଦାନ କରାଯିବ କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ । ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି,୧୯୯୦ ମସିହାରୁ ଥଇଥାନ ନିୟମ କାର୍ଯ୍ୟକାରୀ ହୋଇଥିଲା । ନିୟମ ଅନୁସାରେ ପରିବାରରେ ଯଦି ଚାକିରିଆଙ୍କ ମୃତ୍ୟୁ ହୁଏ ତାହେଲେ ପରିବାରର ଜଣଙ୍କୁ ଚାକିରି ଦିଆଯାଉଥିଲା । କିନ୍ତୁ ୨୦୨୦ ମସିହାରେ ଏହି ନିୟମରେ ପରିବର୍ତ୍ତନ କରାଯାଇଥିଲା । ଫଳରେ କେହି ମଧ୍ୟ ମାନଦଣ୍ଡ ପାର୍ ନକରିପାରି ଚାକିରି ପାଇପାରିଲେ ନାହିଁ । ତେବେ କିଛିଦିନ ପୂର୍ବରୁ କ୍ୟାବିନେଟରେ ଏନେଇ ବିତର୍କ ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟମାନେ ଏହି ପ୍ରସ୍ତାବ ଉପସ୍ଥାପନା କରିଥିଲେ । ତେବେ ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ ଯଦି ଚାକିରି ନହୋଇପାରିବ ତାହେଲେ ୩୦ ରୁ ୪୦ ଲକ୍ଷ ଟଙ୍କା ଦେଇ ଥଇଥାନ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସରକାର ଏଭଳି ବିଚାର କରୁଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଆମ ବ୍ୟବସ୍ଥା କର୍ମଚାରୀ ଅନୁକୂଳ ହେବ ଏକଥାର ଗ୍ୟାରେଣ୍ଟି ଦେଉଛି ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।




