ସରକାରୀ କର୍ମଚାରୀଙ୍କ ୩୦ ଯାଏଁ ଛୁଟି ବାତିଲ ସଂଶୋଧନ
ଭୁବନେଶ୍ୱର : ଜୁନ୍ ୩୦ ଯାଏ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲରେ ସଂଶୋଧନ I ନୂଆ ନିର୍ଦେଶନାମା ଅନୁଯାୟୀ ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ। କିନ୍ତୁ ଜରୁରୀ ହେଲେ ତତ୍କାଳ ଯୋଗଦେବେ। ଏପରିକି ଜରୁରୀ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଆକ୍ଟିଭ ରଖିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ଏନେଇ ବୁଧୁବାର ଦିନ ନୂଆ ନିର୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର I ସୂଚନାନୁସାରେ,୧୧ ତାରିଖ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଥିଲା କି, […]
ଭୁବନେଶ୍ୱର : ଜୁନ୍ ୩୦ ଯାଏ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲରେ ସଂଶୋଧନ I ନୂଆ ନିର୍ଦେଶନାମା ଅନୁଯାୟୀ ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ। କିନ୍ତୁ ଜରୁରୀ ହେଲେ ତତ୍କାଳ ଯୋଗଦେବେ। ଏପରିକି ଜରୁରୀ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଆକ୍ଟିଭ ରଖିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ଏନେଇ ବୁଧୁବାର ଦିନ ନୂଆ ନିର୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର I
ସୂଚନାନୁସାରେ,୧୧ ତାରିଖ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଥିଲା କି, ଜୁନ୍ ୩୦ ଯାଏ ସରକାରୀ କର୍ମଚାରୀମାନେ ଛୁଟି ନେଇପାରିବେ ନାହିଁ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ସଚିବ ଓ ଜିଲାପାଳମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଥିଲା। ନୂଆ ସରକାର ଗଠନ ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ। ତେଣୁ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନ ଦେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏପରିକି ୩୦ ତାରିଖ ଯାଏଁ ହେଡକ୍ୱାର୍ଟର ନ ଛାଡିବାକୁ ମଧ୍ୟ କୁହାଯାଇଥିଲା I କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ ବୋଲି କୁହାଯାଉଥିଲା। ହେଲେ ଆଜି କିନ୍ତୁ ଏହି ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରାଯିବା ସହିତ ଛୁଟି ବାତିଲ ନିଷ୍ପତ୍ତିକୁ ବଦଳାଯାଇଛି।




