ଆମ୍ବୁଲାନ୍ସ ଦୁର୍ଘଟଣା ରୋଗୀ ମୃତ, ୩ ଆହତ

ଯାଜପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ରୋଗୀର ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଳା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରହମପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଆମ୍ବୁଲାନ୍ସଟି କଟକରୁ ଏକ ଘରୋଇ ମେଡିକାଲରୁ ରୋଗୀ ନେଇ ଫେରୁଥିଲା ବେଳେ ଏହି ଦୁର୍ଘଟଣାର ଘଟିଥିଲା । ଘଟଣାସ୍ଥଳରେ ଯାଜପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି […]

Samaya Live Picture
Published On

ଯାଜପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ରୋଗୀର ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଳା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରହମପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଆମ୍ବୁଲାନ୍ସଟି କଟକରୁ ଏକ ଘରୋଇ ମେଡିକାଲରୁ ରୋଗୀ ନେଇ ଫେରୁଥିଲା ବେଳେ ଏହି ଦୁର୍ଘଟଣାର ଘଟିଥିଲା । ଘଟଣାସ୍ଥଳରେ ଯାଜପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Tags: