ଆମ୍ବୁଲାନ୍ସ – ପିକଅପ ଧକ୍କାରେ ୫ ଗୁରୁତର

ବସ୍ତା : ଆମ୍ବୁଲାନ୍ସ- ପିକଅପ ଧକ୍କାରେ ୫ ଗୁରୁତର I ଆଜି ସକାଳେ ଏଇଭଳି ମର୍ମନ୍ତୁଦ ଦୁଘଟଣା ଘଟିଛି ୬୦ ନଂ ଜାତୀୟ ରାଜପଥ ରୁପସା ମିରିଗିମୁଣ୍ତି ଛକ ନିକଟରେ I ସୂଚନା ଅନୁଯାୟୀ,ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ଏକ ୧୦୮ ଆମ୍ବୁଲାନ୍ସ ବାଲେଶ୍ବର ହସ୍ପିଟାଲକୁ ଯାଉଥିଲା । ୬୦ ନଂ ଜାତୀୟ ରାଜପଥ ରୁପସା ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ପିକଅପକୁ ପଛ ପଟୁ ଧକ୍କା ଦେଇଥିଲା […]

Samaya Live Picture
Published On

ବସ୍ତା : ଆମ୍ବୁଲାନ୍ସ- ପିକଅପ ଧକ୍କାରେ ୫ ଗୁରୁତର I ଆଜି ସକାଳେ ଏଇଭଳି ମର୍ମନ୍ତୁଦ ଦୁଘଟଣା ଘଟିଛି ୬୦ ନଂ ଜାତୀୟ ରାଜପଥ ରୁପସା ମିରିଗିମୁଣ୍ତି ଛକ ନିକଟରେ I
ସୂଚନା ଅନୁଯାୟୀ,ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ଏକ ୧୦୮ ଆମ୍ବୁଲାନ୍ସ ବାଲେଶ୍ବର ହସ୍ପିଟାଲକୁ ଯାଉଥିଲା । ୬୦ ନଂ ଜାତୀୟ ରାଜପଥ ରୁପସା ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ପିକଅପକୁ ପଛ ପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସମେତ ୫ ଜଣ ଗୁରୁତର ହୋଇଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଁଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Tags: