ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନ

ଭୁବନେଶ୍ବର: ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ଆଜି ହେଉଛି ୧୩୫ତମ ଜନ୍ମ ଜୟନ୍ତୀ । ସମାଜକୁ ନୂଆ ଦିଗ୍‌ଦର୍ଶନ ଦେବାରେ ବାବାସାହେବ ଅନ୍ୟ ନେତାମାନଙ୍କ ଠାରୁ ଆଗରେ ଥିଲେ । ଦେଶର ସମ୍ବିଧାନ ପ୍ରଣୟନରେ ବାବାସାହେବଙ୍କ ଭୂମିକା ପାଇଁ ସାରା ଦେଶ ତାଙ୍କ ପାଖରେ ଋଣୀ । ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ତାଙ୍କର ଦୃଷ୍ଟିକୋଣ ଆଜି ବି ଉପଯୋଗୀ । ଦଳିତ, ଶୋଷିତ, ଅବହେଳିତ, ଅତ୍ୟାଚାରିତ ଓ […]

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନ
Samaya Live Picture
Published On

ଭୁବନେଶ୍ବର: ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ଆଜି ହେଉଛି ୧୩୫ତମ ଜନ୍ମ ଜୟନ୍ତୀ । ସମାଜକୁ ନୂଆ ଦିଗ୍‌ଦର୍ଶନ ଦେବାରେ ବାବାସାହେବ ଅନ୍ୟ ନେତାମାନଙ୍କ ଠାରୁ ଆଗରେ ଥିଲେ । ଦେଶର ସମ୍ବିଧାନ ପ୍ରଣୟନରେ ବାବାସାହେବଙ୍କ ଭୂମିକା ପାଇଁ ସାରା ଦେଶ ତାଙ୍କ ପାଖରେ ଋଣୀ । ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ତାଙ୍କର ଦୃଷ୍ଟିକୋଣ ଆଜି ବି ଉପଯୋଗୀ । ଦଳିତ, ଶୋଷିତ, ଅବହେଳିତ, ଅତ୍ୟାଚାରିତ ଓ ଲାଂଛିତ ଲୋକମାନଙ୍କୁ ଆଗଧାଡିକୁ ଆଣିବା ପାଇଁ ଅହରଣ ଉଦ୍ୟମ କରିଥିଲେ ଡା. ଆମ୍ବେଦକର । ଡା. ଆମ୍ବେଦକରଙ୍କ ଆଧୁନିକ ଭାରତ ଗଠନରେ ଅବଦାନ ଏବଂ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ବାବାସାହେବ କେବଳ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତା କରୁଥିଲେ ତା’ନୁହେଁ, ବରଂ ସମାଜରେ ସମାନତା, ସାର୍ବଭୌମତ୍ୱ ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡି ଭାରତୀୟ ଗଣତନ୍ତ୍ରକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ । ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ, ବଂଚିତ, ନିଷ୍ପେସିତ ଏବଂ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତ୍‌ଥାନ ଏବଂ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା । ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କୁ ତାଙ୍କ ଜୀବନର ବିଭିନ୍ନ ପରିସ୍ଥିତିରେ କଂଗ୍ରେସ ଦଳ ଏବଂ କଂଗ୍ରେସ ନେତୃବୃନ୍ଦ ଯେଉଁଭଳି ଭାବେ ବାରମ୍ବାର ଅପମାନିତ କରିଛନ୍ତି, ତାହା ଅକ୍ଷମଣୀୟ । କଂଗ୍ରେସ ସମ୍ବିଧାନର ଦୂରୁପଯୋଗ ଏବଂ ଅସମ୍ମାନ କରିଥିବାବେଳେ ବିଜେପି ସମ୍ବିଧାନର ମର୍ଯ୍ୟାଦାକୁ ଅତୁଟ ରଖିଛି । ଲୋକଙ୍କ ଇଚ୍ଛାରେ ଆଜି ଜଣେ ଚାହା ବିକାଳୀ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ଆମେ ସମସ୍ତେ ଏକ ହୋଇ କାମ କରିବା । ଭାରତବର୍ଷ ତଥା ଓଡିଶାକୁ ସମୃଦ୍ଧ ଓ ବିକଶିତ କରି ଆମ୍ବେଦକରଜୀଙ୍କର ସ୍ୱପ୍ନକୁ ସାକାର କରିବା ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ଏକ ପବିତ୍ର ଦିବସ । ଆଜି ଦେଶବ୍ୟାପୀ ଆମ୍ବେଦକର ଜୟନ୍ତୀ ପାଳନ ସହିତ ରାଜ୍ୟରେ ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତି ପାଳନ କରାଯାଉଛି । ଗତ କାଲି ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତୀକୁ ସଫା କରି ପରିସରକୁ ସଜାଯାଇ ସନ୍ଧ୍ୟାରେ ଦୀପୋତ୍ସବର ଆୟୋଜନ କରାଯାଇଥିଲା । ଆଜି ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ମିଷ୍ଟାନ୍ନ ବଂଟନ କରାଯାଇଛି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ରାଜ୍ୟ ସହ-ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡୀ ପ୍ରମୁଖ ଯୋଗ ଦେଇଥିଲେ।

Tags: