ବାଲିଯାତ୍ରାରେ ଯୋଗ ଦେବେ ୧୩ଟି ଦେଶର ରାଷ୍ଟ୍ରଦୂତ

କଟକ : ଆସନ୍ତାକାଲିଠୁ ବିଶ୍ୱ ପ୍ରସିଦ୍ଧ ଯାତ୍ରା । ଯାହାକୁ ନେଇ କଟକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହାକୁ ଆସନ୍ତା କାଲି ସନ୍ଧ୍ୟା ୫ ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବାଲିଯାତ୍ରାରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗଦେବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଏହା ସହ ବିଭିନ୍ନ ଦେଶର ପ୍ରତିନିଧି ଏବଂ କଳାକାରମାନେ ପ୍ରତିଦିନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଆଜିସୁଦ୍ଧା ୮ଟି ଦେଶର କଳାକାର […]

Samaya Live Picture
Published On

କଟକ : ଆସନ୍ତାକାଲିଠୁ ବିଶ୍ୱ ପ୍ରସିଦ୍ଧ ଯାତ୍ରା । ଯାହାକୁ ନେଇ କଟକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହାକୁ ଆସନ୍ତା କାଲି ସନ୍ଧ୍ୟା ୫ ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବାଲିଯାତ୍ରାରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗଦେବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଏହା ସହ ବିଭିନ୍ନ ଦେଶର ପ୍ରତିନିଧି ଏବଂ କଳାକାରମାନେ ପ୍ରତିଦିନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଆଜିସୁଦ୍ଧା ୮ଟି ଦେଶର କଳାକାର କଟକରେ ପହଞ୍ଚି ସାରିଲେଣି।

ଚଳିତ ବାଲିଯାତ୍ରା ଦେବ ନିଆରା ସ୍ୱାଦ । କଟକ ଇନ୍ କଟକରେ ହେବ ଫିଲ୍ମ ଫେଷ୍ଟିଭାଲ । ଦେଶୀ ଏବଂ ବିଦେଶୀ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଏଥର ପ୍ରାୟ ୨୫ଶହ ଷ୍ଟଲ ବାଲିଯାତ୍ରାରେ ଲାଗିବ। ଉପର ଓ ତଳ ଉଭୟ ପଡିଆରେ ଷ୍ଟଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ଦୁଇ ପଡିଆ ପାଇଁ ୪ଟି ଗେଟ ହେବ । କଟକ ରିଙ୍ଗ ରୋଡ୍ ଅବରୋଧ ମୁକ୍ତ ରହିବ । କ୍ଷୁଦ୍ର ବ୍ୟବସାୟୀ ମାନେ ନିର୍ଦ୍ଧାରିତ ସ୍ଥାନରେ ବସିବେ ।

ବାଲିଯାତ୍ରାରେ ଧୂଳି ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ । ଯାତ୍ରା ପଡିଆକୁ ବିଦ୍ୟୁତ ସଂଯୋଗ ହୋଇସାରିଛି । ଚଳିତ ବର୍ଷ ଓରମାସ ଷ୍ଟଲରେ ହେବ ପିଠା ମହୋତ୍ସବ । ଦେଶୀ ଏବଂ ବିଦେଶୀ ପିଠା, ମହୋତ୍ସବରେ ଉପଲବ୍ଧ ହେବ । ଚଳିତ ବର୍ଷ ଗୁଡ଼ି ମହୋତ୍ସବ ହେବ । ଡ୍ରୋନ ସୋ, ୱାଟର ଗେମ ସହ ବଲିଉଡ ନାଇଟ ର ଆୟୋଜନ ହେବ । ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ମାନଙ୍କ ଲାଗି ଇ- ରିକ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଏଥର ବାଲିଯାତ୍ରାରେ ୩୮୫ଅସ୍ଥାୟୀ ଶୌଚାଳୟ ରହିବ। ଐତିହାସିକ ବାଲିଯାତ୍ରା ଆସନ୍ତା କାଲିଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Tags: