ପୁଣି ରେଳ ଅଘଟଣ, ମାଲ ଗାଡ଼ିରେ ନିଆଁ
ଜଳେଶ୍ୱର : ଥମୁନାହିଁ ରେଳ ଅଘଟଣ I ବାହାନଗା ମର୍ମନ୍ତୁଦ ରେଳ ବିଭୀଷିକା ମନରୁ ନଯାଉଣୁ ଗୋଟିଏ ପରେ ଗୋଟିଏ ରେଳ ଅଘଟଣ ଘଟି ଚାଲିଛି I ରୂପସା ଷ୍ଟେସନ ନିକଟରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ ର ୧୪ ନମ୍ବର ୱାଗନରେ ନିଆଁ ଲାଗି ଯାଇଥିବା ଜଣାପଡିଛି I ଏନେଇ ବାଲେଶ୍ୱର ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଟ୍ରେନରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଥିବାବେଳେ ପ୍ରବଳ ଗରମ ଯୋଗୁଁ […]
ଜଳେଶ୍ୱର : ଥମୁନାହିଁ ରେଳ ଅଘଟଣ I ବାହାନଗା ମର୍ମନ୍ତୁଦ ରେଳ ବିଭୀଷିକା ମନରୁ ନଯାଉଣୁ ଗୋଟିଏ ପରେ ଗୋଟିଏ ରେଳ ଅଘଟଣ ଘଟି ଚାଲିଛି I ରୂପସା ଷ୍ଟେସନ ନିକଟରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ ର ୧୪ ନମ୍ବର ୱାଗନରେ ନିଆଁ ଲାଗି ଯାଇଥିବା ଜଣାପଡିଛି I ଏନେଇ ବାଲେଶ୍ୱର ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଟ୍ରେନରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଥିବାବେଳେ ପ୍ରବଳ ଗରମ ଯୋଗୁଁ ଏପରି ହୋଇଥିବା କୁହାଯାଉଛି । ତେବେ ରେଲୱେ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।
ସୂଚନାନୁସାରେ,ଗତ ଜୁନ ୨ ତାରିଖରେ ବହନଗାରେ ଘଟିଥିବା ଛାତିଥରI ସିରିଜ ରେଳ ଦୂର୍ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି I ଏଥିରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ ଶହ ରୁ ଅଧିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି I ଏହାପରେ ଯାଜପୁର ରୋଡରେ ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ ମନରୁ ନ ଲିଭିନ ଥିଲା ବେଳେ ମଙ୍ଗଳବାର ଦିନ ବ୍ରହ୍ମପୁର ଷ୍ଟେସନରେ ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ସେହିପରି ଗୁରୁବାର ଦୁର୍ଗ-ପୁରୀ ଏକ୍ସପ୍ରେସରେ ମଧ୍ୟ ନିଆଁ ଲାଗିଯାଇଥିଲା। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିଲା। ନିଆଁକୁ ଆୟତ୍ତ କରାଯିବା ଗୋଟିଏ ଘଣ୍ଟା ପରେ ଟ୍ରେନ୍ଟି ଛାଡ଼ିଥିଲା।




