ରାଜଧାନୀରେ ପିଲା ବିକ୍ରି ଅଭିଯୋଗ
ଭୁବନେଶ୍ୱର : ରାଜଧାନୀରେ ପିଲା ବିକ୍ରି ! ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ପିଲା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ୪୦ ହଜାର ଟଙ୍କାରେ ୪ ବର୍ଷର ପିଲାକୁ ବିକିଥିଲେ ଦମ୍ପତି । ପିପିଲି କସରଦା ଅଞ୍ଚଳର ଦମ୍ପତି ପିଲା କିଣିଥିଲେ । ଏଥିରେ ୨ ଜଣ ମହିଳା ସାଜିଥିଲେ ମଧ୍ୟସ୍ଥି । ଏହି ଘଟଣାରେ ଶିଶୁଟିକୁ ଉଦ୍ଧର କରି ୬ ଜଣକୁ ଅଟକ ରଖିଛି ବଡ଼ଗଡ଼ ପୋଲିସ । ତେବେ ପିଲା ବିକିଥିବା ଦମ୍ପତି […]
ଭୁବନେଶ୍ୱର : ରାଜଧାନୀରେ ପିଲା ବିକ୍ରି ! ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ପିଲା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ୪୦ ହଜାର ଟଙ୍କାରେ ୪ ବର୍ଷର ପିଲାକୁ ବିକିଥିଲେ ଦମ୍ପତି । ପିପିଲି କସରଦା ଅଞ୍ଚଳର ଦମ୍ପତି ପିଲା କିଣିଥିଲେ । ଏଥିରେ ୨ ଜଣ ମହିଳା ସାଜିଥିଲେ ମଧ୍ୟସ୍ଥି । ଏହି ଘଟଣାରେ ଶିଶୁଟିକୁ ଉଦ୍ଧର କରି ୬ ଜଣକୁ ଅଟକ ରଖିଛି ବଡ଼ଗଡ଼ ପୋଲିସ । ତେବେ ପିଲା ବିକିଥିବା ଦମ୍ପତି ବିହାର ହୋଇଥିବା ସୂଚନା ରହିଛି ।
ସୂଚନାନୁସାରେ ପ୍ରାରମ୍ଭିକ ପର୍ଯାୟରେ ପିଲାବିକ୍ରୀ ଘଟଣା ଦାରିଦ୍ର୍ୟତା ପାଇଁ କୁହାଯାଉଥିବାବେଳେ,ପାରିବାରିକ ତିକ୍ତତା କାରଣରୁ ଶିଶୁକନ୍ୟାକୁ ବିକ୍ରି କରିଥିବା ସୂଚନା ମିଳିଛି । ସଉତୁଣୀର ଝିଅକୁ ବିକ୍ରି କରିଥିଲା ସାନ ସଉତୁଣୀ । ବିହାର ରାଜ୍ୟର ଶୁବୋଧ ଶର୍ମା ଜଣେ କାଠ ମିସ୍ତ୍ରୀ। ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଗୋଟିଏ ଝିଅ ଅଛି। ତା’ର ବୟସ ପ୍ରାୟ ୪ ବର୍ଷ ହେବ। ତେବେ ସେ ପରବର୍ତ୍ତୀ ସମୟରେ ଦ୍ୱିତୀୟ ବିବାହ କରି ଓଡ଼ିଶା ପଳାଇ ଆସିଥିଲେ। ଏହି ସମୟରେ ରାଜଧାନୀ ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଏହି ସମୟରେ ୨ୟ ପତ୍ନୀ ସୁବୋଧଙ୍କ ପ୍ରଥମ ପତ୍ନୀଙ୍କ ଝିଅକୁ ୨ ଜଣ ମହିଳା ଦଲାଲଙ୍କ ସହାୟତାରେ ବିକ୍ରିକରି ଦେଇଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଏଥିରେ ସମ୍ପୃକ୍ତ ଥିବା ୬ ଜଣକୁ ଅଟକ ରଖି ଜେରା କରୁଛି କମିଶନରେଟ ପୋଲିସ ।




