ଶିଶୁପୁତ୍ରକୁ ବିକ୍ରି ଅଭିଯୋଗ

ସୁନ୍ଦରଗଡ଼ : ନିଜ ଜନ୍ମକଲା ଶିଶୁପୁତ୍ରକୁ ବିକ୍ରି କରିଦେଲା ମାଆ। ସୁନ୍ଦରଗଡ଼ ଜିଲ୍ଲାରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ପାଟମୁଣ୍ଡା ହାଟିଙ୍ଗରେ ଘଟିଛି ଏହି ଘଟଣା । ୫୦ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ତେବେ ଶିଶୁଟିକୁ କେଉଁ ପରିସ୍ଥିତିରେ ବିକ୍ରି କଲେ ଏବଂ କିଏ କିଣିଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସୂଚନା ମୁତାବକ, […]

ଶିଶୁପୁତ୍ରକୁ ବିକ୍ରି ଅଭିଯୋଗ
Samaya Live Picture
Published On

ସୁନ୍ଦରଗଡ଼ : ନିଜ ଜନ୍ମକଲା ଶିଶୁପୁତ୍ରକୁ ବିକ୍ରି କରିଦେଲା ମାଆ। ସୁନ୍ଦରଗଡ଼ ଜିଲ୍ଲାରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ପାଟମୁଣ୍ଡା ହାଟିଙ୍ଗରେ ଘଟିଛି ଏହି ଘଟଣା । ୫୦ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ତେବେ ଶିଶୁଟିକୁ କେଉଁ ପରିସ୍ଥିତିରେ ବିକ୍ରି କଲେ ଏବଂ କିଏ କିଣିଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ସୂଚନା ମୁତାବକ, କୋଇଡା ବ୍ଲକର ପାଟମୁଣ୍ଡା ହାଟିଙ୍ଗର ପାର୍ବତୀ ଲୁଗୁନ୍ ଗର୍ଭବତୀ ଅବସ୍ଥାରେ ଅଗଷ୍ଟ ୮ ତାରିଖରୁ କୋଇଡା ଠାରେ ଥିବା ମାଆ ଗୃହରେ ରହୁଥିଲେ । ସେଠାରେ କିଛି ଦିନର ଚିକିତ୍ସା ପରେ ଡେଲିଭରି ପାଇଁ ରାଉରକେଲା ଆରଜିଏଚକୁ ରେଫର୍ ହୋଇଥିଲେ। ଆରଜିଏଚରେ ଅଗଷ୍ଟ ୩୧ ତାରିଖରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ଦେବାର ଦିନେ ଦୁଇଦିନ ପରେ ସେ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ କରିଛନ୍ତି ଆଶା ଦିଦି । ସେପଟେ ପିଲା ବିକ୍ରି ପରେ ସମ୍ପୃକ୍ତ ମାଆ କେଉଁ ଆଡେ ଚାଲି ଯାଇଥିବା ବେଳେ ତାଙ୍କର ଫୋନ୍ ବନ୍ଦ ରହିଛି । ଶିଶୁପୁତ୍ରକୁ ଜନ୍ମ ଦେବା ପରେ ମାଆ କେଉଁ କାରଣରୁ ବିକ୍ରି କରିଦେଲା ତାହା ଅସ୍ପଷ୍ଟ ରହିଛି । ଅନ୍ୟପଟେ ପାର୍ବତୀଙ୍କର ପୂର୍ବରୁ ଥିବା ସନ୍ତାନମାନେ ଏବେ ପାଟମୁଣ୍ଡା ସ୍ଥିତ ଘରେ ଥିବା ବେଳେ ମାଆ ଘରକୁ ନ ଫେରିବାରୁ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏନେଇ ମା’ଘର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖୋଳତାଡ଼ ଜାରି ରହିଛି ।

Tags: