ଭୁଲ ଇଞ୍ଜେକ୍ସନରୁ ପ୍ରସୂତିଙ୍କର ମୃତ୍ୟୁ ଅଭିଯୋଗ
ବଲାଙ୍ଗୀର : ଚିକିତ୍ସାରେ ଅବହେଳା I ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ପ୍ରସୂତିଙ୍କ ଜୀବନ I ଏଭଳି ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ମା’I ମୃତ ମହିଳା ହେଉଛନ୍ତି ବିନୋଦିନୀ ଛତର । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି I ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I ଘଟଣାଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ I ସୂଚନାନୁସାରେ,ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଶିହିନି […]
ବଲାଙ୍ଗୀର : ଚିକିତ୍ସାରେ ଅବହେଳା I ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ପ୍ରସୂତିଙ୍କ ଜୀବନ I ଏଭଳି ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ମା’I ମୃତ ମହିଳା ହେଉଛନ୍ତି ବିନୋଦିନୀ ଛତର । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି I ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I ଘଟଣାଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ I
ସୂଚନାନୁସାରେ,ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଶିହିନି ଗାଁର ବିମଲ ଛତରଙ୍କ ଗର୍ଭବତୀ ପତ୍ନୀ ବିନୋଦିନୀ ଛତରଙ୍କୁ ଗତ ୨ ତାରିଖ ଦିନ ପିଲା ଜନ୍ମ ପାଇଁ ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା I ମାତ୍ର ୩ ତାରିଖରେ ସେ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ। ଏହାପରେ ଵିନୋଦୀଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ସକାଳେ ବିନୋଦିନୀଙ୍କୁ ଏକ ଇଞ୍ଜେକସନ୍ ଦେବା ପରେ ତାଙ୍କ ପାଟିରୁ ହଠାତ ଫେଣ ବାହାରିଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା I ଭୁଲ୍ ଇଞ୍ଜେକସନ୍ ଯୋଗୁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ହୋହାଲ୍ଲା କରିଥିଲେ ପରିବାର ଲୋକେ I ଏହାକୁନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଘଟଣାସ୍ଥଳରେ ଟିଟିଲାଗଡ ଏସଡିପିଓ ଟିମ୍ ସହ ପହଞ୍ଚି ମୃତ ମହିଳାଙ୍କ ପରିବାର ସହ ଆଲୋଚନା କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ଏସଡିପିଓ କହିଛନ୍ତି, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା ରିପୋର୍ଟ ଆସିବ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିଟିଲାଗଡ଼ ଏସ୍ଡିପିଓ ସୂଚନା ଦେଇଛନ୍ତି।




