ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ : ଠିକ ସମୟରେ ଚିକିତ୍ସା ନମିଳିବାରୁ ଗର୍ଭସ୍ଥ ଶିଶୁଙ୍କ ସମେତ ଚାଲିଗଲା ପ୍ରସୂତିଙ୍କ ଜୀବନ I ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି I ଏଭଳି ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ I ଘଟଣା ଘଟିବା ପରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି I ସୂଚନାନୁସାରେ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧୀନ ବିରିଡ଼ିହି ଗ୍ରାମର ଅଭିମନ୍ୟୁ ଘଡ଼ାଇଙ୍କ ସ୍ତ୍ରୀ ମଞ୍ଜୁଲତା ଘଡ଼ାଇଙ୍କୁ ୨ ସନ୍ତାନ ପ୍ରସବ ପାଇଁ […]

Samaya Live Picture
Published On

ଭଦ୍ରକ : ଠିକ ସମୟରେ ଚିକିତ୍ସା ନମିଳିବାରୁ ଗର୍ଭସ୍ଥ ଶିଶୁଙ୍କ ସମେତ ଚାଲିଗଲା ପ୍ରସୂତିଙ୍କ ଜୀବନ I ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି I ଏଭଳି ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ I ଘଟଣା ଘଟିବା ପରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି I

ସୂଚନାନୁସାରେ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧୀନ ବିରିଡ଼ିହି ଗ୍ରାମର ଅଭିମନ୍ୟୁ ଘଡ଼ାଇଙ୍କ ସ୍ତ୍ରୀ ମଞ୍ଜୁଲତା ଘଡ଼ାଇଙ୍କୁ ୨ ସନ୍ତାନ ପ୍ରସବ ପାଇଁ ପ୍ରଥମେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେଠାରୁ ଭଦ୍ରକ ଗେଲପୁର ସ୍ଥିତ MCH ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଓ ନର୍ସଙ୍କୁ ପରିବାର ଲୋକ ମହିଳାଙ୍କ କଷ୍ଟକୁ ଦେଖି ଅପରେସନ କରିବା ପାଇଁ କହିଥିଲେ। ତାଙ୍କୁ ଓଟିରେ ଭର୍ତି କରାଇବା ପରେ ବାହାରକୁ ଆଣିଥିଲେ । ଏହା ପରେ ଡାକ୍ତର ଓ ନର୍ସ ନର୍ମାଲ ହୋଇଯିବ ନେଇ ପ୍ରତିଶ୍ରୁତି ଦେଇଥିଲେ। ତେବେ ମହିଳାଙ୍କୁ ଓଟିରୁ ବାହାରକୁ ଆଣିବା ପରେ,ତାଙ୍କ ପ୍ରସବ କଷ୍ଟ ଅଧିକ ବଢିଥିଲା I ଏହି ସମୟରେ ମଞ୍ଜୁଲତାଙ୍କ ସ୍ୱାମୀ ଡାକ୍ତର,ଓ ନର୍ସଙ୍କୁ ଗୁହାରି କଲେ ମଧ୍ୟ ସେମାନେ ଶୁଣି ନଥିଲେ I ଏପରିକି ମଞ୍ଜୁଲତା ପାଣି ମାଗୁଥିଲେ ମଧ୍ୟ ନର୍ସ ମନ। କରିଦେଇଥିଲେ ପାଣି ଦେବାକୁ I କିଛି ସମୟ ଯନ୍ତ୍ରଣା ଭୋଗିବା ପରେ ରାତି ୨.୩୦ରେ ତାଙ୍କର ମୃତ୍ୟୁ ଘଟିଥିଲା I

ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ପରିବାର ଲୋକେ। ଘଟଣାପରେ ମେଡିକାଲ ପରିସରରେ ମୃତକଙ୍କ ସମ୍ପର୍କୀୟ ମାନେ ପାଟିତୁଣ୍ଡ କରିବାରୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲା । ଡାକ୍ତର ଓ ଷ୍ଟାଫଙ୍କ ଅବହେଳା ଯୋଗୁଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିଛି।

Tags: