ଡିସେମ୍ବର ସୁଦ୍ଧା ସମସ୍ତ ପରିବହନ ଗାଡ଼ିରେ ଲାଗିବ ଟ୍ରାକିଂ ଡିଭାଇସ୍
ଭୁବନେଶ୍ୱର : ପରିବହନ ଗାଡି ଗୁଡିକରେ ବାଧ୍ୟତାମୂଳକ ହେବ ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ I ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡି଼ ଗୁଡିକରେ ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଲଗାଯିବ I ଗାଡି ଗୁଡିକରେ ଭେହିକିଲ୍ ଲୋକେସନ ଟ୍ରାକିଂ ଡିଭାଇସ (ଭିଏଲ୍ଟିଡି) ଓ ପ୍ୟାନିକ୍ ବଟନ ନଥିଲେ, ଆସନ୍ତା ମାସ ପହିଲାରୁ ପଞ୍ଜୀକରଣ କରାଯିବନାହିଁ । ରାଜ୍ୟ ପରିବହନ କମିଶନର ମଙ୍ଗଳବାର ଦିନ ଏକ ସାର୍ବଜନୀନ […]
ଭୁବନେଶ୍ୱର : ପରିବହନ ଗାଡି ଗୁଡିକରେ ବାଧ୍ୟତାମୂଳକ ହେବ ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ I ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡି଼ ଗୁଡିକରେ ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଲଗାଯିବ I ଗାଡି ଗୁଡିକରେ ଭେହିକିଲ୍ ଲୋକେସନ ଟ୍ରାକିଂ ଡିଭାଇସ (ଭିଏଲ୍ଟିଡି) ଓ ପ୍ୟାନିକ୍ ବଟନ ନଥିଲେ, ଆସନ୍ତା ମାସ ପହିଲାରୁ ପଞ୍ଜୀକରଣ କରାଯିବନାହିଁ । ରାଜ୍ୟ ପରିବହନ କମିଶନର ମଙ୍ଗଳବାର ଦିନ ଏକ ସାର୍ବଜନୀନ ନୋଟିସ ଜାରି କରି ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ -ଭିଏଲଟିଡି ଓ ପାନିକ୍ ବଟନ୍ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି ।
ସେହିପରି ୨୦୨୩ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଯେଉଁ ଗାଡ଼ିଗୁଡ଼ିକ ପଞ୍ଜିକରଣ ହୋଇଛି, ସେହି ମାଲିକମାନେ ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ନିଜ ଗାଡ଼ିରେ ଏହି ଡିଭାଇସ ଲଗାଇବାକୁ ବାଧ୍ୟ ।ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡି଼ରେ ଚଳିତବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ ସଂଯୋଗ ବାଧ୍ୟତାମୂଳକ କରାଯାଇଛି । ଏନେଇ ରାଜ୍ୟ ପରିବହନ ଆୟୁକ୍ତ ଏହି ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି ।
ଦୁଇଚକିଆ, ତିନିଚକିଆ ଓ ରିକ୍ସାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଗାଡ଼ି ଯଥା ବସ୍ , ଶିକ୍ଷାନୁଷ୍ଠାନ ବସ୍ , ଆମ୍ବୁଲାନ୍ସ, ସବୁ ପ୍ରକାରର କ୍ୟାବ୍ , ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏହି ଭିଏଲଟିଡି ଡିଭାଇସ୍ ଲାଗିବ କେହି ଚଳିତମାସ ୩୦ ଭିତରେ ପରିବହନ ଗାଡି଼ କିଣିଥିଲେ, ଡିସେମ୍ବର ୩୧ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ । ଧାର୍ଯ୍ୟ ସମୟସୀମାରେ ଡିଭାଇସ୍ ଖଞ୍ଜି ନ ପାରିଲେ, ସମ୍ପୃକ୍ତ ଗାଡ଼ିର ଫିଟନେସ ବାତିଲ ହେବ । ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ)ରେ ଗାଡି଼ର ମାଲିକାନା ପରିବର୍ତ୍ତନ, ପରମିଟ୍ ଓ ନ୍ୟାସନାଲ ପରମିଟ୍ ଆଦି କାଗଜପତ୍ର କାମ ହୋଇ ପାରିବନି ।
ଭିଏଲ୍ଟିଡି ସଂଯୋଗ ପାଇଁ ପ୍ରଥମେ ଓଡ଼ିଶା ସରକାରଙ୍କ ପରିବହନ ବିଭାଗର ୱେବସାଇଟ (https://vltd.odishatransport. gov.in)ରେ ଆବେଦନ କରି କ୍ଷମତାପ୍ରାପ୍ତ ବିକ୍ରେତାଙ୍କୁ ଚୟନ କରିବାକୁ ହେବ । ପରେ ନିକଟସ୍ଥ ରେଟ୍ରା ଫିଟମେଣ୍ଟ ସେଣ୍ଟର (ଆରଏଫସି)ରେ ଗାଡ଼ିରେ ଡିଭାଇସ୍ ଲଗାଇ ପାରିବେ । ଓଡ଼ିଶା ସରକାରଙ୍କ ଅନୁମୋଦିତ ଯେକୌଣସି କମ୍ପାନୀର ଭିଏଲଟିଡି ଡିଭାଇସ୍ ଗାଡ଼ିରେ ସଂଯୋଗ କରିହେବ । ଶେଷ ସମୟରେ ଭିଡ଼ ନ କରିବା ପାଇଁ ଯଥାଶୀଘ୍ର ଏହି ଡିଭାଇସ୍ ସଂଯୋଗ ପାଇଁ ପରିବହନ ଆୟୁକ୍ତ ସମସ୍ତ ଗାଡ଼ିମାଲିକଙ୍କୁ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ସରକାର ଏହି ସମୟ ଅବଧିକୁ ଏକାଧିକ ଥର ବଦଳାଇଛନ୍ତି । ଏହି ଡିଭାଇସ୍ ଲଗାଇବା ପାଇଁ ୨୦୨୨ ସେପ୍ଟେମ୍ବରରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ପାରୁନି । ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଏକ ‘କମାଣ୍ଡ କଣ୍ଟ୍ରୋଲ ସେଣ୍ଟର’ ଖୋଲାଯାଉଛି । ଏହି ଡିଭାଇସ୍ ଦ୍ୱାରା ଗୋଟେ ଗାଡ଼ିର ୫୨ଟି କ୍ଷେତ୍ର (ପାରାମିଟର) ନିୟନ୍ତ୍ରଣ ହୋଇପାରିବ । ଗାଡ଼ିର ବେଗ କେତେ ରହିଛି, ଗାଡ଼ି କେଉଁ ଦିଗରେ ଯାଉଛି, ଗାଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିଲା କି’ ନାହିଁ, ପରମିଟ୍ ମିଳିଥିବା ରୁଟ୍ରେ ଗାଡ଼ି ଯାଉଛି କି’ ନାହିଁ.. ଏସବୁ ସଂକ୍ରାନ୍ତରେ ଏହି ଡିଭାଇସ୍ ଜରିଆରେ କଣ୍ଟ୍ରୋଲ ରୁମ୍କୁ ସୂଚନା ମିଳିପାରିବ ।




