ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସ୍କୁଲ ଗୁଡିକ ଖରା ଛୁଟି ଘୋଷଣା
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକରେ ଖରା ଛୁଟି ଘୋଷଣା କରାଯାଇଛି I ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଆଜି ସରକାର ବିଧିବଦ୍ଧଭାବେ ଘୋଷଣା କରିବେ ବୋଲି କୁହାଯାଇଛି। […]
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକରେ ଖରା ଛୁଟି ଘୋଷଣା କରାଯାଇଛି I ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଆଜି ସରକାର ବିଧିବଦ୍ଧଭାବେ ଘୋଷଣା କରିବେ ବୋଲି କୁହାଯାଇଛି।
ଏବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର କରିଛିା ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି। ତେବେ ଗ୍ରୀଷ୍ମକାଳୀନ ଛୁଟି କେତେ ଦିନ ରହିବ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ।
ସୂଚନାଯୋଗ୍ୟ, ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦୁଇ ଦିନ(ଏପ୍ରିଲ ୧୯ ଓ ୨୦) ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଥିଲା।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକର ଗ୍ରୀଷ୍ମ ଅବକାଶ (ଖରା ଛୁଟି) ଚଳିତ ଏପ୍ରିଲ ୨୧ରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। #ନବୀନଓଡିଶା_ସଶକ୍ତଓଡିଶା pic.twitter.com/w2xvxXk88b
— I & PR Department, Odisha (@IPR_Odisha) April 20, 2023




