ଲଗାଣ ବର୍ଷା ପାଇଁ ବଲାଙ୍ଗିରରେ ସମସ୍ତ ସ୍କୁଲ ବନ୍ଦ
ବଲାଙ୍ଗିର : ଆଜି ବଲାଙ୍ଗିରରେ ସମସ୍ତ ସ୍କୁଲ ଛୁଟି l ବର୍ଷା ପାଇଁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି l ଏନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି l ସୂଚନାନୁସାରେ, ଅତି ପ୍ରବଳ ବର୍ଷା ପାଇଁ ବଲାଙ୍ଗିର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି ଛୁଟି ହୋଇଛି l ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି l […]
ବଲାଙ୍ଗିର : ଆଜି ବଲାଙ୍ଗିରରେ ସମସ୍ତ ସ୍କୁଲ ଛୁଟି l ବର୍ଷା ପାଇଁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି l ଏନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି l
ସୂଚନାନୁସାରେ, ଅତି ପ୍ରବଳ ବର୍ଷା ପାଇଁ ବଲାଙ୍ଗିର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି ଛୁଟି ହୋଇଛି l ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଗତକାଲି ରାତିରୁ ଲଗାଣ ବର୍ଷା l ଏହି ବର୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି l ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି l ଵିଶେଷ କରି ତେଲ ନଦୀ କୂଳରେ ଥିବା ନଦୀ କୂଳିଆ ଗାଁକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ଗୁଡାଭେଳା ବ୍ଲକ ପ୍ରଶାସନ l ବଲାଙ୍ଗିର ସହରରେ ସଜାଗ ରହିଛି ପୌର ପରିଷଦ l




