ବାରିପଦା ବସଷ୍ଟାଣ୍ଡରୁ ଗଡ଼ୁନି ବସ
ବାରିପଦା : ବାରିପଦା ବସଷ୍ଟାଣ୍ଡରୁ ବସ ଚଳାଚଳ ବନ୍ଦ I ବସ ଚଳାଚଳ ସମୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି I ଫଳରେ ଆଜି ସକାଳେ ବାରିପଦା ବସ ଷ୍ଟାଣ୍ଡରୁ ବସ୍ ଚଳାଚଳା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥି ଯୋଗୁଁ ଶହଶହ ଯାତ୍ରୀ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ହନ୍ତସନ୍ତ ହେଉଛନ୍ତି। ବାରିପଦା ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳ କରୁ ନଥିବା ବେଳେ ବାରିପଦା ବସ୍ଷ୍ଟାଣ୍ଡକୁ ମଧ୍ୟ କୈାଣସି ବସ୍ ଆସୁନଥିବା ଜଣାଯାଇଛି। […]
ବାରିପଦା : ବାରିପଦା ବସଷ୍ଟାଣ୍ଡରୁ ବସ ଚଳାଚଳ ବନ୍ଦ I ବସ ଚଳାଚଳ ସମୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି I ଫଳରେ ଆଜି ସକାଳେ ବାରିପଦା ବସ ଷ୍ଟାଣ୍ଡରୁ ବସ୍ ଚଳାଚଳା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥି ଯୋଗୁଁ ଶହଶହ ଯାତ୍ରୀ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ହନ୍ତସନ୍ତ ହେଉଛନ୍ତି। ବାରିପଦା ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳ କରୁ ନଥିବା ବେଳେ ବାରିପଦା ବସ୍ଷ୍ଟାଣ୍ଡକୁ ମଧ୍ୟ କୈାଣସି ବସ୍ ଆସୁନଥିବା ଜଣାଯାଇଛି।
ଗତକାଲି ରାତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି I ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ସ୍ଥାନୀୟ ପିଆରଏମ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଛି। ସଙ୍କଟାପନ୍ନ ଥିବା ୨ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖିବା ସହ ବାରିପଦା ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।
ସୂଚନାନୁସାରେ,ବାରିପଦା ବସ ଷ୍ଟାଣ୍ଡରୁ ରାଇରଙ୍ଗପୁର ଯାଉଥିବା’ମା’ଦୁର୍ଗା’ ନାମକ ଘରୋଇ ବସର ଚଳାଚଳକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା I ବସ ଠିକ ଟାଇମରେ ଷ୍ଟାଣ୍ଡରେ ଲାଗୁ ନଥିବାରୁ ଘରୋଇ ବସ ମାଲିକ ସଂଘ ଏବଂ ମା’ ଦୁର୍ଗା ବସ ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା I ଗଣ୍ଡଗୋଳରେ ମା’ଦୁର୍ଗା ବସ ମାଲିକ ତପନ କୁମାର ପୃଷ୍ଟି ଏବଂ ସୁପରଭାଇଜର ଶିତିକଣ୍ଠ ନାଏକଙ୍କ ସହ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିଲେ I ଆହତ ମାନଙ୍କୁ ପ୍ରଥମେ ବାରିପଦା ମେଡିକାଲ ଏବଂ ପରେ କଟକ ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି I ଏହି ଘଟଣାପରେ ଉଭୟ ପକ୍ଷରୁ ବାରିପଦା ଟାଉନ ଥାନାରେ ଏତଲା ଦିଆଯାଇଥିଲା I ଘଟଣାସ୍ଥଳରେ ସ୍ଥିତି ଶାନ୍ତ ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।




