କାଳବୈଶାଖୀ ପ୍ରଭାବରେ ଆଜି ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ଜାରି

ଭୁବନେଶ୍ୱର : ଆଜି ବି ଘଡଘଡି ବର୍ଷା। କାଳବୈଶାଖୀ ପ୍ରଭାବରେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ। ଆଗାମୀ ୨୪ ଘଣ୍ଟାରେ ଗୋଟେ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ। ତେବେ ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନରୁ ଘଡଘଡି ସହ ବର୍ଷ ହୋଇଥିବା ଦେଖିବାକୁ ମିଳିଛି। ତେବେ କାଳବୈଶାଖୀ ପରେ ରାଜ୍ୟରେ ପୁଣି ବଢିବ ତାତି। […]

Samaya Live Picture
Published On

ଭୁବନେଶ୍ୱର : ଆଜି ବି ଘଡଘଡି ବର୍ଷା। କାଳବୈଶାଖୀ ପ୍ରଭାବରେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ। ଆଗାମୀ ୨୪ ଘଣ୍ଟାରେ ଗୋଟେ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ। ତେବେ ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନରୁ ଘଡଘଡି ସହ ବର୍ଷ ହୋଇଥିବା ଦେଖିବାକୁ ମିଳିଛି।

ତେବେ କାଳବୈଶାଖୀ ପରେ ରାଜ୍ୟରେ ପୁଣି ବଢିବ ତାତି। ପୁଣି ୪୦ ଡିଗ୍ରୀ ! ଟପିବ ତାପମାତ୍ରା । ୫ ଦିନ ଭିତରେ ପୁଣି ୪ରୁ ୫ ଡିଗ୍ରୀ ତାପାମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଏହା ସହ ଆଗାମୀ ୪୮ ଘଣ୍ଟା ଯାଏଁ ପାଗରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

Tags: