କମିବ ଶୀତ, ଘନ କୁହୁଡି ପାଇଁ ୫ ଜିଲ୍ଲାକୁ ଆଲର୍ଟ
ଭୁବନେଶ୍ବର : ଧୀରେ ଧୀରେ କମିବ ଶୀତ । ବଢିବ ତାପମାତ୍ରା । ଆସନ୍ତା ୪ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକ ଠାରୁ […]
ଭୁବନେଶ୍ବର : ଧୀରେ ଧୀରେ କମିବ ଶୀତ । ବଢିବ ତାପମାତ୍ରା । ଆସନ୍ତା ୪ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ତାପମାତ୍ରା କମ୍ ରହିଛି। ତେବେ ହାଲୁକା ଶୀତ ସହ ଘନ କୁହୁଡି ରାଜ୍ୟବାସୀଙ୍କ କଲବଲ କରିବ। ୯ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ୩ ଜିଲ୍ଲା ସୁନ୍ଦରଗଡ, କନ୍ଧମାଳ ଏବଂ କୋରାପୁଟ ସହିତ ଆଉ ୫ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି କେନ୍ଦୁଝର,କଳାହାଣ୍ଡି,ଝାରସୁଗୁଡା,କେନ୍ଦ୍ରାପଡା ଏବଂ ଜଗତସିଂପୁର ଜିଲ୍ଲାରେ ଘନ କୁହୁଡି ଦେଖାଯିବ ।
ଏହାସହ ଆଜି ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି ।




