ଓଡିଶା ଗସ୍ତରେ ଅଖିଳେଶ ଯାଦବ ,ଶ୍ରୀକାନ୍ତଙ୍କୁ ଭେଟିବା ନେଇ ଜୋର ଧରିଛି ଚର୍ଚ୍ଚା
ଭୁବନେଶ୍ୱର : ପତ୍ନୀ ଡିମ୍ପଲ ଯାଦବଙ୍କ ସହ ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ବାସ ଭବନକୁ ଯାଇ ସାକ୍ଷାତ କରିଥିଲେ । ଅଚାନକ ଏଭଳି ନିଷ୍ପତିରେ ଶ୍ରୀକାନ୍ତଙ୍କ ରାଜନୈତିକ ଗତିକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଅଖିଳେଶ ଯାଦବଙ୍କ ସହ ସାକ୍ଷାତକାର ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ […]
ଭୁବନେଶ୍ୱର : ପତ୍ନୀ ଡିମ୍ପଲ ଯାଦବଙ୍କ ସହ ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ବାସ ଭବନକୁ ଯାଇ ସାକ୍ଷାତ କରିଥିଲେ । ଅଚାନକ ଏଭଳି ନିଷ୍ପତିରେ ଶ୍ରୀକାନ୍ତଙ୍କ ରାଜନୈତିକ ଗତିକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଅଖିଳେଶ ଯାଦବଙ୍କ ସହ ସାକ୍ଷାତକାର ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଗଣମାଧ୍ୟମରେ କହିଛନ୍ତି, ମୁଁ କଂଗ୍ରେସ ଥିଲି ଆଉ ଆଗକୁ ବି ରହିବି। ଏଥିସହ ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଜୋରଦାର ହେବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଅଖିଳେଶ ଭେଟିବେ ପ୍ରଶ୍ନରେ, ଉତ୍ତର ଦେଇ ଶ୍ରୀ ଜେନା କହିଛନ୍ତି ଯେ, କହିଲେ, ଅଖିଳେଶ ଯାଦବ ନିଶ୍ଚୟ ପିସିସି ସଭାପତିଙ୍କୁ ଭେଟିବେ । ସେହିପରି, ଜାତିଗତ ଜନଗଣନା ନେଇ ରାହୁଲ ଗାନ୍ଧୀ ଦାବି କରି ସାରିଛନ୍ତି । ଯେଉଁମାନେ ଚାହୁଁଛନ୍ତି ‘ଇଣ୍ଡିଆ’ ବ୍ଲକ୍ ରେ ସାମିଲ ହୋଇପାରିବେ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ।




