ଆକାଶରେ ଶତ୍ରୁ ପକ୍ଷର ନିଦ ହଜାଇବ ଆକାଶ ମିସାଇଲ
ବାଲେଶ୍ୱର : ସୋମବାର ସଫଳ ଭାବରେ ପରୀକ୍ଷଣ ହୋଇଛି ମିସାଇଲ ‘ଆକାଶ’ । ଶତ୍ରୁପକ୍ଷର ନିଦ ହଜାଇ ଦେବ ଆକାଶ ମିସାଇଲ୍। ଗୋପାଳପୁର ସମୁଦ୍ରକୁଳରୁ ନିଜର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ସେନା। ଆଜି ସେନା ପକ୍ଷରୁ ଓଡ଼ିଶା ଉପକୂଳରେ ଗୋପାଳପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଏହାର ପରୀକ୍ଷଣ କରାଯାଇଛି । ସେନାର ଚେତକ କର୍ପସ୍ ଦ୍ବାରା ଏହି ପରୀକ୍ଷା କରାଯାଇଛି । ପୃଥିବୀ ପୃଷ୍ଠରୁ ଶତ୍ରୁପକ୍ଷର ଯେକୌଣସି ଟାର୍ଗେଟକୁ ଧ୍ବଂସ କରିବାରେ କ୍ଷମତା ରଖିଛି […]
ବାଲେଶ୍ୱର : ସୋମବାର ସଫଳ ଭାବରେ ପରୀକ୍ଷଣ ହୋଇଛି ମିସାଇଲ ‘ଆକାଶ’ । ଶତ୍ରୁପକ୍ଷର ନିଦ ହଜାଇ ଦେବ ଆକାଶ ମିସାଇଲ୍। ଗୋପାଳପୁର ସମୁଦ୍ରକୁଳରୁ ନିଜର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ସେନା। ଆଜି ସେନା ପକ୍ଷରୁ ଓଡ଼ିଶା ଉପକୂଳରେ ଗୋପାଳପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଏହାର ପରୀକ୍ଷଣ କରାଯାଇଛି । ସେନାର ଚେତକ କର୍ପସ୍ ଦ୍ବାରା ଏହି ପରୀକ୍ଷା କରାଯାଇଛି । ପୃଥିବୀ ପୃଷ୍ଠରୁ ଶତ୍ରୁପକ୍ଷର ଯେକୌଣସି ଟାର୍ଗେଟକୁ ଧ୍ବଂସ କରିବାରେ କ୍ଷମତା ରଖିଛି ଆକାଶ I ଉଭୟ ଦିନ ଓ ରାତି ସମୟରେ କରିପାରିବ ଲକ୍ଷ୍ୟ ଭେଦ । ସ୍ଥଳ ଭାଗରୁ ଆକାଶ ମାର୍ଗକୁ କ୍ଷିପ୍ର ବେଗରେ କରିପାରେ ଗତି ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ୍ କରିପାରୁଛି ଆକାଶ ମିସାଇଲ।




