ଜୀ ସାର୍ଥକର ନୂଆ ଫିଲ୍ମ ‘ଅଜବ ଏ ପ୍ରେମ କାହାଣୀ’, ଆସନ୍ତା ୩୦ ତାରିଖ ସନ୍ଧ୍ୟା ୬:୩୦ରେ ହେବ ପ୍ରସାରଣ

ଭୁବନେଶ୍ୱର: ସମୟ ସହିତ ଓଡ଼ିଆ ସିନେମାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିଚ୍ଛକ, ବାସ୍ତବବାଦୀ ଓ ଭିନ୍ନ କାହାଣୀକୁ ବଡ଼ ପରଦାକୁ ନେଇ ଆସିବା ଏବେ ଜୀ ସାର୍ଥକର ମୂଳ ଉଦ୍ଦେଶ୍ୟ। ଏମିତିରେ ଓଡ଼ିଶାର ଘରେ ଘରେ ପରିଚିତ ଲୋକଙ୍କର ମନପସନ୍ଦର ଚ୍ୟାନେଲ୍ ଜୀ ସାର୍ଥକ ଗୋଟିଏ ପରେ ଗୋଟିଏ ନିଚ୍ଛକ କାହାଣୀ ନିଜ ଦର୍ଶକଙ୍କୁ ଭେଟି ଦେଉଛି। ଆସନ୍ତା ୩୦ ମାର୍ଚ୍ଚ ସନ୍ଧ୍ୟା ୬:୩୦ ମିନିଟରେ ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ଅଜବ ଏ […]

Samaya Live Picture
Published On

ଭୁବନେଶ୍ୱର: ସମୟ ସହିତ ଓଡ଼ିଆ ସିନେମାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିଚ୍ଛକ, ବାସ୍ତବବାଦୀ ଓ ଭିନ୍ନ କାହାଣୀକୁ ବଡ଼ ପରଦାକୁ ନେଇ ଆସିବା ଏବେ ଜୀ ସାର୍ଥକର ମୂଳ ଉଦ୍ଦେଶ୍ୟ। ଏମିତିରେ ଓଡ଼ିଶାର ଘରେ ଘରେ ପରିଚିତ ଲୋକଙ୍କର ମନପସନ୍ଦର ଚ୍ୟାନେଲ୍ ଜୀ ସାର୍ଥକ ଗୋଟିଏ ପରେ ଗୋଟିଏ ନିଚ୍ଛକ କାହାଣୀ ନିଜ ଦର୍ଶକଙ୍କୁ ଭେଟି ଦେଉଛି। ଆସନ୍ତା ୩୦ ମାର୍ଚ୍ଚ ସନ୍ଧ୍ୟା ୬:୩୦ ମିନିଟରେ ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ଅଜବ ଏ ପ୍ରେମ କାହାଣୀ’କୁ ଦେଖିବାକୁ ପାଇବେ ସିନେପ୍ରେମୀ।

ଏସ.ପି.ପି ପ୍ରଡକ୍ସନ ବ୍ୟାନର ଦ୍ଵାରା କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ରାଶେଷ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଅଜବ ଏ ପ୍ରେମ କାହାଣୀ’ ଆସନ୍ତା ମାର୍ଚ୍ଚ ୩୦ ତାରିଖ ରବିବାର ସନ୍ଧ୍ୟା ୬.୩୦ ମିନିଟରେ ଦେଖିବାକୁ ମିଳିବ। ମୁଖ୍ୟ ନାୟକ ଭାବରେ ଶ୍ରୀଜିତ ମହାପାତ୍ର ଓ ନାୟିକା ଭାବରେ ଭକ୍ତି ପଟ୍ଟନାୟକ ଏଥିରେ ନଜର ଆସିବେ। ସିନେମାରେ ସଂଗୀତ ଦାୟିତ୍ୱ ଗୁଡଲି ରଥ ସମ୍ଭାଳିଥିବା ବେଳେ ଲିପ୍ସା ମହାପାତ୍ର, ବିଷ୍ଣୁ ମୋହନ କବି, ଲୋପାମୁଦ୍ରା ଦାସ ଓ ରୁପେଶ ପାତ୍ର କଣ୍ଠଦାନ କରିଛନ୍ତି। ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ସଂଳାପ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା।

ଚଳଚ୍ଚିତ୍ରର କାହାଣୀ ଗୌରବଠୁ ଆରମ୍ଭ, ନିଜ ଜୀବନର ନୂଆ ଯାତ୍ରା ଆରମ୍ଭ କରିବା ପାଇଁ ସେ ଭୁବନେଶ୍ବର ଚାଲି ଆସେ ଓ ଏମିତି ଏକ ଘର ଭଡ଼ା ନିଏ ଯାହା ୪ ବର୍ଷ ହେବ ବନ୍ଦ ପଡ଼ିଥିଲା । ସେହି ଘରେ ରହିବ ଭିତରେ ଗୌରବର ଦେଖା ହୋଇଥାଏ ସ୍ମିତା ସହ, ଆଉ ଗୌରବର ଜୀବନରେ ଘଟିଥାଏ କିଛି ଅଲୌକିକ ଘଟଣା |

ଧିରେ ଧିରେ ଘରେ ଘଟୁଥିବା ଏମିତି କିଛି ଘଟଣାରୁ ଗୌରବକୁ ସ୍ମିତାର ଅତୀତ ବିଷୟରେ ଜଣା ପଡ଼େ। ଗୌରବ ଓ ସ୍ମିତାର ଏହି ଯାତ୍ରାରେ କଣ କଣ ସବୁ ରୋଚକ ଘଟଣା ଘଟୁଛି ତାହା ସମ୍ପୂର୍ଣ୍ଣ ଫିଲ୍ମ ଦେଖିଲେ ହିଁ ଜାଣିପାରିବେ। ତେବେ ଫିଲ୍ମକୁ ମାର୍ଚ୍ଚ ୩୦ ତାରିଖ ରବିବାର ସନ୍ଧ୍ୟା ୬.୩୦ ମିନିଟରେ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍।

Tags: