ଶସ୍ତା ହେବ ବିମାନବନ୍ଦର ଖାଦ୍ୟପାନୀୟ

ଭୁବନେଶ୍ୱର : ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଶସ୍ତା ହେବ ବିମାନ ବନ୍ଦରର ଖାଦ୍ୟ ପାନୀୟ । ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ। ଏହି ଅବସରରେ ସେ କହିଛନ୍ତି ବିମାନ ବନ୍ଦର ବିତରେ ଯାତ୍ରୀମାନଙ୍କ ନିମନ୍ତେ ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ଉପଲବ୍ଧ ହେବ । […]

ଶସ୍ତା ହେବ ବିମାନବନ୍ଦର ଖାଦ୍ୟପାନୀୟ
Samaya Live Picture
Published On

ଭୁବନେଶ୍ୱର : ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଶସ୍ତା ହେବ ବିମାନ ବନ୍ଦରର ଖାଦ୍ୟ ପାନୀୟ । ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ। ଏହି ଅବସରରେ ସେ କହିଛନ୍ତି ବିମାନ ବନ୍ଦର ବିତରେ ଯାତ୍ରୀମାନଙ୍କ ନିମନ୍ତେ ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ଉପଲବ୍ଧ ହେବ । ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ।

ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ। ଏହାଦ୍ଵାରା ଯାତ୍ରୀମାନେ କମ୍ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ। ଆସନ୍ତା ଏକବର୍ଷ ମଧରେ ଦେଶର ୧୦ ରୁ ୧୫ ବଡ଼ ବିମାନବନ୍ଦରରେ ଏହି କାଫେ ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି।

ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ଟର୍ମିନାଲ ୩ର ସମ୍ପ୍ରସାରଣ ହେବ। ବର୍ତ୍ତମାନ ଟର୍ମିନାଲ-୩ର ନିର୍ମାଣ ପ୍ଲାନିଂ ଷ୍ଟେଜରେ ରହିଛି । ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ସହ ବିମାନ ଚଳାଚଳ ବଢ଼ୁଛି । ସେଥିପାଇଁ ଟର୍ମିନାଲ-୩ର ନିର୍ମାଣ କରାଯିବ । ଏଥିସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ପୁରୁଣା ଟର୍ମିମିନାଲରେ ନୂଆ ବିଲ୍ଡିଂ ନିର୍ମାଣ ପାଇଁ ଯୋଜନା ରହିଛି । ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ସାଇଟ୍ ଚୟନ ଓ ଅନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ବିଳମ୍ବ ହୋଇଥିଲେ ବି ଅନୁମତି ଦିଆଯାଇଛି । ଏ ସବୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ।

ସେହିପରି ଭୁବନେଶ୍ଵର ବିମାନବନ୍ଦରରେ ରହିବ ଓଡ଼ିଶାର କଳା,ସଂସ୍କୃତି ଓ ଐତିହ୍ୟର ଛାପ । କେହି ବି ଓଡ଼ିଶା ଆସିଲେ ଏ ସବୁ ଦେଖି ଜାଣିପାରିବେ ସେମାନେ ଏବେ ଓଡ଼ିଶାରେ ଅଛନ୍ତି । ଏଥିସହ ରାଜ୍ୟରେ ଥିବା ୨୦ଟି ଏୟାର ଷ୍ଟ୍ରିପକୁ ବିକଶିତ କରାଯିବାକୁ ଯୋଜନା କରାଯାଇଛି । ନିକଟ ଭବିଷ୍ୟତରେ ସେଥିରୁ କିଛି ଏୟାର ଷ୍ଟ୍ରିପ୍‌କୁ ରାଜ୍ୟ ସରକାରଙ୍କ ସହଯୋଗରେ ବିମାନବନ୍ଦରରେ ରୂପାନ୍ତରଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।

Tags: