ଭୁବନେଶ୍ୱର – ଅମର୍ଦ୍ଦାରୋଡ଼ ମଧ୍ୟରେ ଚଳାଚଳ କରିବ ଏୟାର-ଟ୍ୟାକ୍ସି

ଭୁବନେଶ୍ୱର : ଅମର୍ଦ୍ଦାରୋଡ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ଏୟାର-ଟ୍ୟାକ୍ସି I ଏହି ବିମାନ ବନ୍ଦର ପାଇଁ ଆରମ୍ଭ ହେବ ଜମି ଅଧିଗ୍ରହଣ ପ୍ରକ୍ରିୟା I ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଉଡାନ୍‌‌ ୪.୨ ଅଧିନରେ ଆରସିଏସ୍‌‌ ଯୋଜନାକ୍ରମେ ଏହି ବିମାନବନ୍ଦରରୁ ଭୁବନେଶ୍ୱର-ଅମର୍ଦ୍ଦାରୋଡ ମଧ୍ୟରେ ଏୟାର ଟ୍ୟାକ୍ସି କମ୍ପାନୀକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଜମି ଅଧିଗ୍ରହଣ ଅର୍ଥ ଜମା କରି ସାରିଥିବାରୁ ପ୍ରତିରକ୍ଷା ମନ୍ତ୍ରାଳୟ […]

Samaya Live Picture
Published On

ଭୁବନେଶ୍ୱର : ଅମର୍ଦ୍ଦାରୋଡ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ଏୟାର-ଟ୍ୟାକ୍ସି I ଏହି ବିମାନ ବନ୍ଦର ପାଇଁ ଆରମ୍ଭ ହେବ ଜମି ଅଧିଗ୍ରହଣ ପ୍ରକ୍ରିୟା I ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଉଡାନ୍‌‌ ୪.୨ ଅଧିନରେ ଆରସିଏସ୍‌‌ ଯୋଜନାକ୍ରମେ ଏହି ବିମାନବନ୍ଦରରୁ ଭୁବନେଶ୍ୱର-ଅମର୍ଦ୍ଦାରୋଡ ମଧ୍ୟରେ ଏୟାର ଟ୍ୟାକ୍ସି କମ୍ପାନୀକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଜମି ଅଧିଗ୍ରହଣ ଅର୍ଥ ଜମା କରି ସାରିଥିବାରୁ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଜମିର ମାଲିକାନା ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ଜମିର ମାଲିକାନା ହସ୍ତାନ୍ତର କରାଯିବା ପରେ ରାଜ୍ୟ ସରକାର ଏଠାରେ ଉନ୍ନୟନ କାର୍ଯ୍ୟ ହାତକୁ ନେବେ। ଏହା ପରେ ଏୟାର ଟ୍ୟାକ୍ସି ପକ୍ଷରୁ ବିଧିବଦ୍ଧ ବିମାନ ସେବା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

ସୂଚନାନୁସାରେ,ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର ପାଇଁ ନିର୍ମାଣ କରାଯାଇ ଥିବା ରାସଗୋବିନ୍ଦପୁର ବିମାନବନ୍ଦର ଏବେ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ରହିଛି। ଆରସିଏସ୍‌‌/ଉଡ଼ାନ୍‌‌ ଯୋଜନାରେ ଏଠାରୁ ବିମାନ ଚଳାଚଳ ଆରମ୍ଭ ପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ନାଗରିକ ସଂଗଠନ ଦାବି କରିବା ପରେ କେନ୍ଦ୍ର ସରକାର ଏହାକୁ ଯୋଜନାରେ ସାମିଲ କରିଥିଲେ। ଗତ ବର୍ଷ ଫେବୃଆରୀ ମାସରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ସଚିବଙ୍କୁ ପତ୍ର ଲେଖି ଏଠାରୁ ବିମାନ ଚଳାଚଳ ଆରମ୍ଭ ନିମନ୍ତେ ଅନୁରୋଧ କରିଥିଲେ। ବିମାନବନ୍ଦରର ୧୬୦.୩୫ ଏକର ଜମି ହସ୍ତାନ୍ତର ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ।

Tags: