ଏୟାର ପ୍ରେସର ଟାଙ୍କି ଫାଟି ୧ ମୃତ,୨ ଗୁରୁତର

ଖୋର୍ଦ୍ଧା : ଆଜି ସକାଳେ ଖୋର୍ଦ୍ଧା ସଦର ଥାନା ଦଳେଇପଟ ଛକରେ ଘଟିଛି ବଡ଼ ଅଘଟଣ । ଏୟାର ପ୍ରେସର ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଆହତ ୨ ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଏକ ଗାଡ଼ିରେ ପମ୍ପ ଦେଉଥିବା ସମୟରେ ଏୟାର ପ୍ରେସର ଟାଙ୍କି ଫାଟି ଯିବାରୁ ଗ୍ୟାରେଜ ମାଲିକ ନବକିଶୋର ବରାଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା […]

Samaya Live Picture
Published On

ଖୋର୍ଦ୍ଧା : ଆଜି ସକାଳେ ଖୋର୍ଦ୍ଧା ସଦର ଥାନା ଦଳେଇପଟ ଛକରେ ଘଟିଛି ବଡ଼ ଅଘଟଣ । ଏୟାର ପ୍ରେସର ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଆହତ ୨ ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଏକ ଗାଡ଼ିରେ ପମ୍ପ ଦେଉଥିବା ସମୟରେ ଏୟାର ପ୍ରେସର ଟାଙ୍କି ଫାଟି ଯିବାରୁ ଗ୍ୟାରେଜ ମାଲିକ ନବକିଶୋର ବରାଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହିତ ୨ ଜଣ ଗ୍ୟାରେଜ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଚଳାଇଛି ।

Tags: