କରମଣ୍ଡଳ ରେଳ ଦୁର୍ଘଟଣା,ଉଦ୍ଧାର କାର୍ଯ୍ୟରେ ବାୟୁସେନା ବିମାନ ନିୟୋଜିତ
ବାଲେଶ୍ୱର : କାରମଣ୍ଡଳ ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେଲା ବାୟୁସେନା ବିମାନ I ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୦୫ମିନିଟରେ ବାହାନଗା ପଣପଣା ଷ୍ଟେସନ ରେ ଘଟିଥିଲା ଭୟଙ୍କର ସିରିଜ ଟ୍ରେନ ଦୁର୍ଘଟଣା I ବର୍ତ୍ତମାନ ସୁଦ୍ଧା ଶହ ଶହ ମୃତାହତଙ୍କ ସଂଖ୍ୟା ବଢୁଥିବାବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଏମଆଇ- ୧୭ ହେଲିକପ୍ଟରକୁ ନିୟୋଜିତ କରିଛି ଭାରତୀୟ ବାୟୁସେନା । ଘଟଣାର ସ୍ଥିତି ଜାଣିବାକୁ ରେଲୱେ ବିଭାଗ ସହ ଯୋଗାଯୋଗ କରିଛନ୍ତି ବାୟୁସେନା ଅଧିକାରୀ […]
ବାଲେଶ୍ୱର : କାରମଣ୍ଡଳ ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେଲା ବାୟୁସେନା ବିମାନ I ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୦୫ମିନିଟରେ ବାହାନଗା ପଣପଣା ଷ୍ଟେସନ ରେ ଘଟିଥିଲା ଭୟଙ୍କର ସିରିଜ ଟ୍ରେନ ଦୁର୍ଘଟଣା I ବର୍ତ୍ତମାନ ସୁଦ୍ଧା ଶହ ଶହ ମୃତାହତଙ୍କ ସଂଖ୍ୟା ବଢୁଥିବାବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଏମଆଇ- ୧୭ ହେଲିକପ୍ଟରକୁ ନିୟୋଜିତ କରିଛି ଭାରତୀୟ ବାୟୁସେନା । ଘଟଣାର ସ୍ଥିତି ଜାଣିବାକୁ ରେଲୱେ ବିଭାଗ ସହ ଯୋଗାଯୋଗ କରିଛନ୍ତି ବାୟୁସେନା ଅଧିକାରୀ ।
ଦୁର୍ଘଟଣାରେ ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି ୩ ଘଣ୍ଟା ସମୟ ଲାଗିବ । ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ କିନ୍ତୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାେରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣ ଯାୁତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ ବଗିରେ ଏବେ ବି ଅନେକ ସଂଖ୍ୟାରେ ଯାତ୍ରୀ ଚାପି ହୋଇ ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ୨୫୦ ଟପିବାର ଆଶଙ୍କା କରାଯାଉଛି।




