ଭୁବନେଶ୍ବରରେ ଆରମ୍ଭ ହେବ ଏୟାର କାର୍ଗୋ ସେବା
ଭୁବନେଶ୍ୱର : ଭୁବନେଶ୍ବର ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ସେଥିପାଇଁ ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋର୍ସୋରରେ ଆଗେଇ ଚାଲିଛି । ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଳକ୍ଷ ଧାର୍ଯ୍ୟ କରାଯାଇଛି I ବିମାନ ସେବା ସମ୍ପର୍କିତ ଏହି ସବୁ କାର୍ଯ୍ୟ ଅଗଷ୍ଟ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ। ସେପ୍ଟେମ୍ବର ବେଳକୁ ବିମାନ ଜରିଆରେ ମାଲ୍ ପରିବହନ ସୁବିଧା ରାଜ୍ୟରୁ ଆରମ୍ଭ ହେବ ବୋଲି ଏମ୍ଏସ୍ଏମ୍ଇ […]
ଭୁବନେଶ୍ୱର : ଭୁବନେଶ୍ବର ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ସେଥିପାଇଁ ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋର୍ସୋରରେ ଆଗେଇ ଚାଲିଛି । ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଳକ୍ଷ ଧାର୍ଯ୍ୟ କରାଯାଇଛି I
ବିମାନ ସେବା ସମ୍ପର୍କିତ ଏହି ସବୁ କାର୍ଯ୍ୟ ଅଗଷ୍ଟ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ। ସେପ୍ଟେମ୍ବର ବେଳକୁ ବିମାନ ଜରିଆରେ ମାଲ୍ ପରିବହନ ସୁବିଧା ରାଜ୍ୟରୁ ଆରମ୍ଭ ହେବ ବୋଲି ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର କହିଛନ୍ତି।
ଶୁକ୍ରବାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର୍ (ଡବ୍ଲୁଟିସି) ଭୁବନେଶ୍ବର ପକ୍ଷରୁ ଆୟୋଜିତ ବିଶ୍ବ ବାଣିଜ୍ୟ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଏୟାର କାର୍ଗୋ ସେବାକୁ ସୁଗମ କରିବା ଲାଗି ଇଣ୍ଡିଗୋ କାର୍ଗୋ ସହ ଆଲୋଚନା ହୋଇଛି। ସେହିପରି, ପାରାଦୀପ ବନ୍ଦରରୁ କଣ୍ଟେନର ଜରିଆରେ ପରିବହନ ବ୍ୟବସ୍ଥା ଦୁର୍ବଳ ଥିବାରୁ ସେଠାରେ କଣ୍ଟେନର କାର୍ଗୋ ସେବା ଆରମ୍ଭ କରିବା ଯୋଜନା ରହିଛି। ଆସନ୍ତା ଅଗଷ୍ଟ ୪ରେ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟର ମହା ନିର୍ଦ୍ଦେଶକ ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତି ଯେ ୨୦୩୦ ସୁଦ୍ଧା ଦେଶର ରପ୍ତାନିକୁ ୨ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଡବ୍ଲୁଟିସି ମୁମ୍ବାଇର ଅଧ୍ୟକ୍ଷ ଡକ୍ଟର ବିଜୟ କାଲାନ୍ତ୍ରି, ଇଣ୍ଡୋ-ଅଷ୍ଟ୍ରେଲିଆନ ଚାମ୍ବର ଅଫ୍ କମର୍ସର ସିଇଓ ପେଟୁଲା ଥୋମାସ୍, ଡବ୍ଲୁଟିସି ଭୁବନେଶ୍ବରର ଅଧ୍ୟକ୍ଷ କ୍ୟାପ୍ଟେନ୍ ସୋମେଶ ବାତ୍ରା, ଓ ସଂଯୋଜକ ରାଜେନ ପାଢ଼ୀ ବୈଠକରେ ଉପସ୍ଥିତ ରହିଥିଲେ ଉପସ୍ଥିତ ଥିଲେ।




