ରଥ ଯାତ୍ରାକୁ ଜଗିବ AI କ୍ୟାମେରା

ଭୁବନେଶ୍ୱର :ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ରଥ କାଠ ମଧ୍ୟ ଆସି ପହଞ୍ଚିଲାଣି। ତେବେ ଏଥର ରଥଯାତ୍ରା ପାଇଁ ପୁରୀରେ ଏଆଇ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୁରୀ ଏସ୍‌ପି। ଟ୍ରାଫିକ୍ ଏବଂ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ଏଆଇ କ୍ୟାମେରା ଲାଗିବ। ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ […]

ରଥ ଯାତ୍ରାକୁ ଜଗିବ AI  କ୍ୟାମେରା
Samaya Live Picture
Published On

ଭୁବନେଶ୍ୱର :ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ରଥ କାଠ ମଧ୍ୟ ଆସି ପହଞ୍ଚିଲାଣି। ତେବେ ଏଥର ରଥଯାତ୍ରା ପାଇଁ ପୁରୀରେ ଏଆଇ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୁରୀ ଏସ୍‌ପି। ଟ୍ରାଫିକ୍ ଏବଂ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ଏଆଇ କ୍ୟାମେରା ଲାଗିବ। ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଜମା ହେଉଥିବାବେଳେ ସେମାନଙ୍କ ଉପରେ ନଜର ରଖିବ ଏହି ସ୍ୱତନ୍ତ୍ର କ୍ୟାମେରା । ଏନଏଚ୍ ଏବଂ ବଡଦାଣ୍ଡରେ ଏଆଇ କ୍ୟାମେରା ଲଗାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

Tags: