AI କ୍ୟାମେରା ଧରିଲା ୬ ଶିକାରୀ

ଭୁବନେଶ୍ଵର : AI କ୍ୟାମେରାରେ ଧରାପଡ଼ିଲେ ୬ ଶିକାରୀ I ବେଆଇନ ଭାବେ ଶିକାର କରିବା ଉଦ୍ଦ୍ୟେଶରେ ଶିମିଳିପାଳ ଜଙ୍ଗଲରେ ପଶିଥିବା ୬ ଜଣ ଶିକାରୀ ଧରାପଡ଼ିଛନ୍ତି I ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହ ଜାଲ ଜବତ ହୋଇଛି। ସମସ୍ତଙ୍କୁ ବାରିପଦା ସ୍ଥିତ CJM କୋର୍ଟକୁ ଚାଲାଣ କରାଯାଇଛି। ଏହି ୬ ଜଣ ଶିକାରୀ ଖୁଣ୍ଟା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି I ସୂଚନାନୁସାରେ, ଶିମିଳିପାଳରେ ଅବାଧ ଶିକାର ରୋକିବା ପାଇଁ ବନ […]

AI କ୍ୟାମେରା ଧରିଲା ୬ ଶିକାରୀ
Samaya Live Picture
Published On

ଭୁବନେଶ୍ଵର : AI କ୍ୟାମେରାରେ ଧରାପଡ଼ିଲେ ୬ ଶିକାରୀ I ବେଆଇନ ଭାବେ ଶିକାର କରିବା ଉଦ୍ଦ୍ୟେଶରେ ଶିମିଳିପାଳ ଜଙ୍ଗଲରେ ପଶିଥିବା ୬ ଜଣ ଶିକାରୀ ଧରାପଡ଼ିଛନ୍ତି I ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହ ଜାଲ ଜବତ ହୋଇଛି। ସମସ୍ତଙ୍କୁ ବାରିପଦା ସ୍ଥିତ CJM କୋର୍ଟକୁ ଚାଲାଣ କରାଯାଇଛି। ଏହି ୬ ଜଣ ଶିକାରୀ ଖୁଣ୍ଟା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି I

ସୂଚନାନୁସାରେ, ଶିମିଳିପାଳରେ ଅବାଧ ଶିକାର ରୋକିବା ପାଇଁ ବନ ଵିଵେଗ ପକ୍ଷରୁ ଲଗାଯାଇଛି AI କ୍ୟାମେରା I ବେଆଇନ ଭାବରେ ୬ ଜଣ ଶିକାରୀ ଜଙ୍ଗଲରେ ପଶି ଥିବାବେଳେ AI କ୍ୟାମେରା ସାହାଯ୍ୟରେ ସେମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ ଭୂପଡ ଅଞ୍ଚଳର ବୁଦ୍ଧିଆ ହେମ୍ବ୍ରମ, ସୁବର୍ଣ୍ଣମଞ୍ଜରୀ ଅଞ୍ଚଳର ରଥ ସିଂ, ବାଉଲା ସିଂ ଏବଂ ନୂଆଗାଁ ଅଞ୍ଚଳର ମିଥୁନ ହେମ୍ଵ୍ରେମ, ଲକ୍ଷ୍ମଣ ସୋରେନ ଓ ପ୍ରଧାନ ସୋରେନ। ଏମାନେ ସମସ୍ତେ ବେଆଇନ ଭାବେ ଅଭୟାରଣ୍ୟକୁ ପ୍ରବେଶ କରି ମାଉସ ଡିଅର ଶୀକାର କରିଥିଲେ। ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହ ଜାଲ ଜବତ ହୋଇଛି। ସମସ୍ତଙ୍କୁ ବାରିପଦା ସ୍ଥିତ CJM କୋର୍ଟକୁ ଚାଲାଣ କରାଯାଇଛି। ଏନେଇ ଶିମିଳିପାଳର ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି।

Tags: