କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ

ଭୁବନେଶ୍ୱର : କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ସେଥିରେ ସେ ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । Iଘରେ ରହି ଚିକିତ୍ସିତ ହେଉଛନ୍ତି ଅରବିନ୍ଦ ପାଢ଼ୀ । ସୂଚନାନୁସାରେ,ବର୍ତମାନ ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍କ୍ରବ୍‌ ଟାଇଫସ୍‌ […]

Samaya Live Picture
Published On

ଭୁବନେଶ୍ୱର : କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ସେଥିରେ ସେ ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । Iଘରେ ରହି ଚିକିତ୍ସିତ ହେଉଛନ୍ତି ଅରବିନ୍ଦ ପାଢ଼ୀ ।

ସୂଚନାନୁସାରେ,ବର୍ତମାନ ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ୨-୩ଟି ଜିଲ୍ଲାକୁ ଛାଡ଼ିଦେଲେ, ରାଜ୍ୟବ୍ୟାପି ମାଡ଼ିଗଲାଣି ସ୍କ୍ରବ ଟାଇଫସ। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳକୁ ବି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଥିବାବେଳେ ଚିହ୍ନଟ ହୋଇଛନ୍ତି ୨ ହଜାର ୮ ଶହ ୨୦ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନ ଧରି ୪ ଜଣିଆ କେନ୍ଦ୍ରୀୟ ଟିମ ବରଗଡ଼ ସମେତ ବିଭିନ୍ନ ଜିଲ୍ଲା ସ୍ଥିତି ଅନୁଧ୍ୟାନ କରିବା ପରେ ଅପରାହ୍ନରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ । ସେମାନେ ଜିଲ୍ଲା ଗସ୍ତରୁ ପାଇଥିବା ବିଭିନ୍ନ ତଥ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଇବା ସହ ଆବଶ୍ୟକୀୟ ପଦକ୍ଷେପ ନେଇ ପରାମର୍ଶ ଦେଇଥିଲେ I

Tags: