ଆଜି ଠାରୁ ଅଗ୍ନି ବର୍ଷା,ସକାଳ ୮ ଟା ବେଳକୁ ଭୁବନେଶ୍ୱର ସବୁଠାରୁ ଉତପ୍ତ ସହର

ଭୁବନେଶ୍ୱର : ଆଜିଠାରୁ କଲବଲ କରିବ ତାତି I ସକାଳୁ ସକାଳୁ ଆକାଶରୁ ଅଗ୍ନିଵର୍ଷା ଆରମ୍ଭ ହୋଇଯାଇଛି I ଗତ କିଛି ଦିନର ବ୍ୟବଧାନ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆଜି ସକାଳ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୬ ରହିଛି। ୮ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରି, ବାଲେଶ୍ୱରରେ ୩୧.୮, […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ କଲବଲ କରିବ ତାତି I ସକାଳୁ ସକାଳୁ ଆକାଶରୁ ଅଗ୍ନିଵର୍ଷା ଆରମ୍ଭ ହୋଇଯାଇଛି I ଗତ କିଛି ଦିନର ବ୍ୟବଧାନ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆଜି ସକାଳ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୬ ରହିଛି। ୮ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରି, ବାଲେଶ୍ୱରରେ ୩୧.୮, ଚାନ୍ଦାବାଲିରେ ୩୧.୬,ଝାରସୁଗୁଡ଼ାରେ ୩୦.୮,ହୀରାକୁଦରେ ୩୦.୨ ଡିଗ୍ରି ରେକର୍ଡ ହୋଇଛି। ଆଜିଠାରୁ ଆଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪ ରୁ ୬ ଡିଗ୍ରୀ ସେଲସିୟସ ଯାଏଁ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ I

ରାଜ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଉଥିବାରୁ ତାପମାତ୍ରା ବଢିବ I ଆଜିଠାରୁ ଅସମ୍ଭାଳ ଗରମ ଅନୁଭୂତ ହେବ I ଆଜି ୫ ଟି ଜିଲ୍ଲା କଟକ,ନୟାଗଡ଼,ଢେଙ୍କାନାଳ,ଭଦ୍ରକ ଓ ଯାଜପୁରକୁ ହିଟ ୱେଭ ନେଇ ୟେଲୋ ୱାର୍ଣ୍ଣି ଦିଆଯାଇଛି I ସେହିପରି ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ । ୧୭ ରୁ ୨୦ ଆକାଶରୁ ବର୍ଷିବ ନିଆଁ। ଅଧିକାଂଶ ସହରରେ ୪୩ ରୁ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଅସହ୍ୟ ପାଣିପାଗ ସ୍ଥିତି ପାଇଁ ସତର୍କ କରିଛି ପାଣିପାଗ କେନ୍ଦ୍ର । ଶରୀର ପାଇଁ ଘାତକ ହୋଇପାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ। ରାଜ୍ୟର ଅଧିକାଂଶ ସ୍ଥାନରେ ହଟ୍ ଆଣ୍ଡ ହ୍ୟୂମିଡ କଣ୍ଡିସନ ଲାଗି ରହିବ । ଆସନ୍ତା ୨୪ ଘଣ୍ଟାରେ ହଟ ଆଣ୍ଡ ହ୍ୟୁମିଡ଼ିଟି ସ୍ଥିତି ପାଇଁ ୟେଲୋ ଆଲଟ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଆଜି ଦିନ ସାଢେ ୧୧ ସୁଦ୍ଧା ୨ ସହରର ତାପମାତ୍ରା ୩୯ ଡିଗ୍ରୀ ପାର କରିଛି। ୩୯.୬ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ବର ଦିନ ୧୧ଟା ୩୦ ସୁଦ୍ଧା ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ବାଲେଶ୍ବର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ଜାରି ରହିଛି। ଭୁବନେଶ୍ୱରରେ ମଧ୍ୟ ପ୍ରବଳ ତାତି ଜାରି ରହିଛି। ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ସହ ଦିନ ୧୧ଟା ୩୦ ସୁଦ୍ଧା ୨ୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି।

Tags: