ଚାନ୍ଦିପୁର ଆଇଟିଆରରୁ ଅଗ୍ନି-୧ ଓ ପୃଥ୍ବୀ-୨ର ପରୀକ୍ଷଣ ସଫଳ

ବାଲେଶ୍ବର : ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମିଚି ଆଉ ଦୁଇଟି ସଫଳତା I ଗୁରୁବାର ସ୍ଵଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପୃଥ୍ବୀ-୨ ଏବଂ ଅଗ୍ନି-୧ର ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରରୁ ଏହି ଦୁଇ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଡିଆରଡିଓ ସହଯୋଗରେ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ପକ୍ଷରୁ ଗୋଟିଏ ଦିନରେ ଦୁଇଟି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଭାରତର […]

ଚାନ୍ଦିପୁର ଆଇଟିଆରରୁ ଅଗ୍ନି-୧ ଓ ପୃଥ୍ବୀ-୨ର ପରୀକ୍ଷଣ ସଫଳ
Samaya Live Picture
Published On

ବାଲେଶ୍ବର : ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମିଚି ଆଉ ଦୁଇଟି ସଫଳତା I ଗୁରୁବାର ସ୍ଵଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପୃଥ୍ବୀ-୨ ଏବଂ ଅଗ୍ନି-୧ର ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରରୁ ଏହି ଦୁଇ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଡିଆରଡିଓ ସହଯୋଗରେ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ପକ୍ଷରୁ ଗୋଟିଏ ଦିନରେ ଦୁଇଟି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଭାରତର ଆଣବିକ ଅସ୍ତ୍ରଶସ୍ତ୍ରର ପରିଚାଳନା କରୁଥିବା ଷ୍ଟ୍ରାଟେଜିକ ଫୋର୍ସେସ କମାଣ୍ଡ ଅଧୀନରେ ଏହି ପରୀକ୍ଷଣ ସମ୍ପନ୍ନ ହୋଇଛି। ଲଦାଖରେ ଆକାଶ ପ୍ରାଇମ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ପରେ ଏହି ଦୁଇଟି ଯାକ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି।

ଇଣ୍ଟିଗ୍ରେଟେଡ ଗାଇଡେଡ ମିସାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମରେ ବିକଶିତ ଅଗ୍ନି – ୧ କ୍ଷେପଣାସ୍ତ୍ର ସାତ ଶହରୁ ୧୨ଶହ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏଥିରେ ଏକ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ପରିବହନ କରାଯାଇପାରିବ। ଅଗ୍ନି – ୧ ଭାରତର ଆଣବିକ ରକ୍ଷା ଶକ୍ତିର ବ୍ୟବସ୍ଥିତ ଯୁଦ୍ଧାସ୍ତ୍ର ଭାବେ ପରିଗଣିତ ହୋଇଛି । ସେହିପରି ସଳଫତାର ପରୀକ୍ଷଣ ହୋଇଥିବା ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ବୀ- ୨ ମଧ୍ୟ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିବାର କ୍ଷମତା ହାସଲ କିରଛି। ୩୫୦କିଲୋମିଟର ପର୍ଯ୍ୟନ୍ତ ଏହା ଗତିକରିପାରିବ।

Tags: