ଅଘୋରୀଙ୍କ ସାପ ଖେଳ
ପୁରୀ: ସାହିଯାତରେ ଅଘୋରୀଙ୍କ ସାପ ଖେଳ I ଦେହରେ ବିଭୁତି ବୋଳି ମୁଣ୍ଡରେ ଲମ୍ବା ଜଟା ଓ ଗଳାରେ ଖପୁରି ମାଳ ପକାଇ ଡିଜେ ତାଳେ ତାଳେ ଏକ ଜୀବନ୍ତ ସାପକୁ ଧରି ଦୁଃସାହସିକ ଖେଳ ଦେଖାଇଥିଲେ ଏହି ଅଘୋରୀ ବେଶଧାରୀ କଳାକାର । ଏଭଳି ଘଟଣା ଘଟିଛି ପୁରୀ ସଦର ଥାନା ଅନ୍ତର୍ଗତ ଛଇତନା ସାହିଯାତରେ I ଯାହାକୁ ସେତେବେଳେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ କିଛି ମୋବାଇଲରେ ରେକର୍ଡିଂ ବି କରିଥିଲେ। ଯାହାକି ସୋସିଆଲ ଏବେ […]
ପୁରୀ: ସାହିଯାତରେ ଅଘୋରୀଙ୍କ ସାପ ଖେଳ I ଦେହରେ ବିଭୁତି ବୋଳି ମୁଣ୍ଡରେ ଲମ୍ବା ଜଟା ଓ ଗଳାରେ ଖପୁରି ମାଳ ପକାଇ ଡିଜେ ତାଳେ ତାଳେ ଏକ ଜୀବନ୍ତ ସାପକୁ ଧରି ଦୁଃସାହସିକ ଖେଳ ଦେଖାଇଥିଲେ ଏହି ଅଘୋରୀ ବେଶଧାରୀ କଳାକାର । ଏଭଳି ଘଟଣା ଘଟିଛି ପୁରୀ ସଦର ଥାନା ଅନ୍ତର୍ଗତ ଛଇତନା ସାହିଯାତରେ I ଯାହାକୁ ସେତେବେଳେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ କିଛି ମୋବାଇଲରେ ରେକର୍ଡିଂ ବି କରିଥିଲେ। ଯାହାକି ସୋସିଆଲ ଏବେ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନାନୁସାରେ,ଛଇତନା ମେଳଣ ଯାତରେ ପଡୋଶୀ ଗାଁରୁ ପଟୁଆରରେ ଆସିଥିବା ଅଘୋରୀ ନୃତ୍ୟ ମୁଖ୍ୟ ଆକର୍ଷଣ ପାଲଟିଥିଲା I ଏହି ଅଘୋରୀ ନୃତ୍ୟ ଦଳରେ ଶିବ ପାର୍ବତୀଙ୍କ ଚରିତ୍ର ସହ ଅନେକ ଅଘୋରୀ ନୃତ୍ୟ ଦେଖିବାକୁ ମିଳିଥିଲା I ଅଘୋରୀ ବିଭୁତି ଉଡାଇ ତାଣ୍ଡବ ନୃତ୍ୟ କରୁଥିଲେ I ତାଙ୍କ ସହିତ ଥିବା ଶିବ ପାର୍ବତୀ ବେଶଧାରୀ କଳାକାର ମାନେ ଶିବ ଭଜନରେ ଡିଜେର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରୁଥିଲେ I ମଝିରେ ମଝିରେ ହାତରେ ସାପ ଗୁଡାଇଥିବା ଅଘୋରୀ ସାପକୁ ଶିବଙ୍କ ଆଡକୁ ବଢ଼ାଇ ଦେଉଥିଲେ I ତେବେ ଛଇତନା ବଜାରରେ ଖେଳ ଦେଖାଉଥିବାବେଳେ ଅଘୋରୀ ବେଶଧାରୀଙ୍କ ନାକକୁ ସାପ କାମୁଡି ଦେଇଥିବାର ଦେଖାଯାଇଥିଲା I ସାପ ଚୋଟରେ ନାକରୁ ରକ୍ତ ବୋହିବାରୁ ଅଘୋରୀ ସାପଟିକୁ ସେଠାରେ ଛାଡି ଦେଇଥିବାବେଳେ,ଅନ୍ୟ ଜଣେ ତାକୁ କାବୁ କରିନେଇଥିଲେ I ଛଇତନା ବଜାରରେ ତମାମ ଏହିଭଳି ସାପ ଖେଳ ଦେଖିବାକୁ ମିଳିଥିଲା I ଏହି ଅଘୋରୀ ବେଶଧାରୀ କଳାକାର ମାନେ ଯାଜପୁରରୁ ଆସିଥିଲେ I କଳାକାର ମାନେ ଗୋଟିଏ ରାତିକୁ ୭୦ ଭଜାର ତାଙ୍କ ପାରିଶ୍ରମିକ ନେଉଥିଲେ I ତେବେ ସାପ କାମୁଡିବା ବାବଦରେ ଜଣେ କଳାକାର କହିଛନ୍ତି କି ସାପର ବିଷ ଦାନ୍ତ ଭାଙ୍ଗି ଦିଆଯାଇଛି ତେଣୁ ସାପ କାମୁଡ଼ିଲେ ମଧ୍ୟ କାହାରି କିଛି କ୍ଷତି ହେବ ନାହିଁ I
ଏହି ଘଟଣାରେ ପୁରୀ ବନଖଣ୍ଡ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ । ତେବେ ବନ୍ୟପ୍ରାଣୀଙ୍କ ସହ ଏଭଳି ହରକତ କରିବା ଏକ ଦଣ୍ଡନୀୟ ଅପରାଧ I ଏହି ଘଟଣାର ଅନୁସନ୍ଧାନ କରାଯିବ I ଏହାର ସତ୍ୟାସତ୍ୟ ତାଙ୍କ ନଜକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଅତିରିକ୍ତ ବନସଂରକ୍ଷଣ ଅଧିକାରୀ ଉତ୍ତମ କୁମାର ଗଡ଼ନାୟକ କହିଛନ୍ତି I
ସୂଚନାନୁସାରେ,ଗତ କିଛି ଦିନ ହେବ ଆକ୍ସନ ମୋଡ୍ରେ ରହିଛି ବନ ବିଭାଗ । ସୋସିଆଲ ମିଡିଆରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ପୋଷ୍ଟ କଲେ ୭ ବର୍ଷ ଯାଏଁ ଜେଲ ସହ ଦେବାକୁ ପଡ଼ିପାରେ ଲକ୍ଷେ ଟଙ୍କା ତଣ୍ଡ । ଏନେଇ ମାର୍ଚ୍ଚ ୧୫ ସର୍କୁଲାରରେ ଚେତାଇଥିଲା ବନ ବିଭାଗ ।




