ଏଣିକି ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀ

ଭୁବନେଶ୍ୱର:ଜାତୀୟ ଶିକ୍ଷା ନୀତି- ୨୦୨୦ ପାଇଁ ଆସିଲା ନାମଲେଖା ବିଜ୍ଞପ୍ତି। ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ୬ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବ। ଅର୍ଥାତ ଜଣଙ୍କୁ ୬ ବର୍ଷ କିମ୍ବା ତା ଠାରୁ ଅଧିକ ହେଲେ ଜଣେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବ।୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖାକୁ ନେଇ ସରକାରଙ୍କ ଏ ନେଇ ଵିଧିବଦ୍ଧ ବିଜ୍ଞପ୍ତି ଆସିଛି। ଏଥିରେ କୁହାଯାଇଛି ସେପ୍ଟେମ୍ବର ୧ ସୁଦ୍ଧା ଶିଶୁର ବୟସ ୬ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ଆବଶ୍ୟକ।ଶିଶୁ […]

Samaya Live Picture
Published On

ଭୁବନେଶ୍ୱର:ଜାତୀୟ ଶିକ୍ଷା ନୀତି- ୨୦୨୦ ପାଇଁ ଆସିଲା ନାମଲେଖା ବିଜ୍ଞପ୍ତି। ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ୬ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବ। ଅର୍ଥାତ ଜଣଙ୍କୁ ୬ ବର୍ଷ କିମ୍ବା ତା ଠାରୁ ଅଧିକ ହେଲେ ଜଣେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବ।୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖାକୁ ନେଇ ସରକାରଙ୍କ ଏ ନେଇ ଵିଧିବଦ୍ଧ ବିଜ୍ଞପ୍ତି ଆସିଛି। ଏଥିରେ କୁହାଯାଇଛି ସେପ୍ଟେମ୍ବର ୧ ସୁଦ୍ଧା ଶିଶୁର ବୟସ ୬ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ଆବଶ୍ୟକ।ଶିଶୁ ବାଟିକା ପାଇଁ ବୟସ ୫ରୁ ୬ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ପ୍ରାରମ୍ଭିକ ସ୍କୁଲ ଶିକ୍ଷା ପାଇଁ ପ୍ରତି ସ୍କୁଲରେ ଖୋଲିବ ଶିଶୁ ବାଟିକା।

Tags: