କନ୍ଧମାଳରେ ୨ ଟି ବୁଥ ରେ ହେବ ସାନି ମତଦାନ

ଭୁବନେଶ୍ୱର : ଆସନ୍ତା କାଲି କନ୍ଧମାଳରେ ୨ ଟି ବୁଥ ରେ ହେବ ସାନି ମତଦାନ I କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ବୁଥ୍‌ରେ ପୁନଃ ମତଦାନ ହେବ। ଇସିଆଇଙ୍କ ନିର୍ଦ୍ଦେଶ ପରେ ସିଇଓ ଏହି ସୂଚନା ଜାରି କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଏହି ଦୁଇ ବୁଥରେ ଚାଲିବ ମତଦାନ । ଏଥିପାଇଁ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା କାଲି କନ୍ଧମାଳରେ ୨ ଟି ବୁଥ ରେ ହେବ ସାନି ମତଦାନ I କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ବୁଥ୍‌ରେ ପୁନଃ ମତଦାନ ହେବ। ଇସିଆଇଙ୍କ ନିର୍ଦ୍ଦେଶ ପରେ ସିଇଓ ଏହି ସୂଚନା ଜାରି କରିଛନ୍ତି।

ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଏହି ଦୁଇ ବୁଥରେ ଚାଲିବ ମତଦାନ । ଏଥିପାଇଁ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏପରିକି ପୁନର୍ବାର ଏହିପରି ଘଟଣା ନ ଘଟିବା ପାଇଁ ଅଧିକ ଧ୍ୟାନ ଦିଆଯାଇଛି।

ସୂଚନାନୁସାରେ,୨୦ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା । ତେବେ ଏହି ଦୁଇ ବୁଥ୍‌ରେ ନିର୍ଦିଷ୍ଟ ଏକ ରାଜନୈତିକ ଦଳକୁ ଭୋଟ ଦେବାକୁ କିଛି ଲୋକଙ୍କୁ ବାଧ୍ୟ କରାଯାଇଥିଲା I ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେବା ସହ ୨ ଗୋଷ୍ଠୀଙ୍କ ମଧ୍ୟରେ ସେଠାରେ ବଚସା ହୋଇଥିଲା I ଏହି ଘଟଣାରେ ସେଠାରେ ପୁନଃ ମତଦାନ କରିବାକୁ ଦାବି ହୋଇଥିଲା I ମତଦାନକୁ ନେଇ ଅଭିଯୋଗ ହେବାପରେ ନିର୍ବାଚନ କମିଶନ ଅନୁରୂପ ନିଷ୍ପତ୍ତି ନେଇଛନ୍ତି ।

Tags: