ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ମୁମ୍ବାଇରୁ ଆସିଲା ମୁରଲୀଧରଙ୍କ ମରଶରୀର
ଭୁବନେଶ୍ୱର : ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ I ସୁଦୂର ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର। ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାହାପୁର ଗାଁର ମୁରଲୀଧର ମହାକୁଡ । ଆମ୍ବୁଲାନ୍ସ ଯୋଗେ ତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଭାଙ୍ଗି ପଡିଛି ପୂରା ପରିବାର। ସୂଚନା ଅନୁସାରେ, ସାହାପୁର ଗାଁର ମୁରଲୀଧର ମହାକୁଡ଼ ମୁମ୍ବାଇରେ ଏକ ହୋଟେଲରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ଅସୁସ୍ଥ […]
ଭୁବନେଶ୍ୱର : ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ I ସୁଦୂର ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର। ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାହାପୁର ଗାଁର ମୁରଲୀଧର ମହାକୁଡ । ଆମ୍ବୁଲାନ୍ସ ଯୋଗେ ତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଭାଙ୍ଗି ପଡିଛି ପୂରା ପରିବାର।
ସୂଚନା ଅନୁସାରେ, ସାହାପୁର ଗାଁର ମୁରଲୀଧର ମହାକୁଡ଼ ମୁମ୍ବାଇରେ ଏକ ହୋଟେଲରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ମୃତଦେହ ଆଣିବାକୁ ଅସମର୍ଥ ଥିଲେ I ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଥିଲେ ପରିବାର । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁରଲୀଙ୍କ ମରଶରୀର ଆମ୍ବୁଲାନ୍ ଯୋଗେ ଓଡ଼ିଶା ଅଣାଯାଇଛି ।
ମୁରଲୀଧରଙ୍କ ପତ୍ନୀ ଓ ଝିଅଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଧୈର୍ଯ୍ୟହରା ନହେବାକୁ କହିବା ସହିତ ଝିଅର ପାଠପଢା ପାଇଁ ସରକାର ସହଯୋଗ କରିବେ ବୋଲି ଭରସା ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।




