ଗୁଜୁରାଟ ଅଘଟଣ ପରେ ଚେତିଲା ପ୍ରଶାସନ,ଦୁଇ ଦିନପାଇଁ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ
କଟକ :ଗୁଜୁରାଟ ଅଘଟଣ ପରେ ଚେତିଲା ଓଡିଶା ପ୍ରଶାସନ I କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲର ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ପୋଲର ନିରାପତ୍ତା ଯାଞ୍ଚ କରିବ ଟେକନିକାଲ ଟିମ୍। ଏଥିପାଇଁ ଏଡିଏମ ଙ୍କ ନେତୃତ୍ୱରେ ଏକ ଟିମ ଆଜି ଧବଳେଶ୍ବର ଗ୍ରସ୍ତ କରିବେ। ଆଜି ରାତିଠାରୁ ଆସନ୍ତାକାଲି ଝୁଲା ପୋଲ ବନ୍ଦ ରହିବ I ଆବଶ୍ୟକ ପଡ଼ିଲେ ସୁରକ୍ଷା ପାଇଁ ଝୁଲା ପୋଲକୁ ସମ୍ପୂର୍ଣ୍ଣ ଭାବେ […]
କଟକ :ଗୁଜୁରାଟ ଅଘଟଣ ପରେ ଚେତିଲା ଓଡିଶା ପ୍ରଶାସନ I କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲର ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ପୋଲର ନିରାପତ୍ତା ଯାଞ୍ଚ କରିବ ଟେକନିକାଲ ଟିମ୍। ଏଥିପାଇଁ ଏଡିଏମ ଙ୍କ ନେତୃତ୍ୱରେ ଏକ ଟିମ ଆଜି ଧବଳେଶ୍ବର ଗ୍ରସ୍ତ କରିବେ। ଆଜି ରାତିଠାରୁ ଆସନ୍ତାକାଲି ଝୁଲା ପୋଲ ବନ୍ଦ ରହିବ I ଆବଶ୍ୟକ ପଡ଼ିଲେ ସୁରକ୍ଷା ପାଇଁ ଝୁଲା ପୋଲକୁ ସମ୍ପୂର୍ଣ୍ଣ ଭାବେ ବି ବନ୍ଦ କରାଯାଇପାରେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଥମେ ଜୀବନ , ପରେ ଦର୍ଶନ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଆଜି କାର୍ତ୍ତିକ ମାସର ଚତୁର୍ଥ ସୋମବାର ଥିବାରୁ ଧବଳେଶ୍ବରରେ ଭକ୍ତଙ୍କର ପ୍ରବଳ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଝୁଲା ପୋଲରେ ୨୦୦ ଜଣ ଲୋକଙ୍କ ଯାତାୟତ କରିବାକୁ କଟକଣା କରାଯାଇଛି।
ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲର ଲମ୍ବ ୨୫୪ ମିଟର ଥିବା ବେଳେ ଭାରସାମ୍ୟ କ୍ଷମତା ଥିଲା ୧୫୦୦ ଲୋକ । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ଝୁଲାପୋଲ ରକ୍ଷଣା ବେକ୍ଷଣ ଅଭାବରୁ ଏବେ ଏହାର କ୍ଷମତା ୬୦୦ ଶହ ଥିବା ବେଳେ ଆଜି ଏହାକୁ କମାଇ ୨୦୦ ହୋଇଥିଲା । ମାତ୍ର ୨୦୦ ଲୋକ ଯାତାୟତ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯେହେତୁ ଝୁଲା ପୋଲର କ୍ଷମତା ଦିନକୁ ଦିନ କମିବାରେ ଲାଗୁଛି ଓ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ସେ ଦିଗରୁ ମଧ୍ୟ ପ୍ରଶାସନ ସଜାଗ ରହିଛି। ନିୟମିତ ବ୍ୟବଧାନରେ ମରାମତି କାର୍ଯ୍ୟ କରାଯାଉଥିବା ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।




