ଗୁଜୁରାଟ ଝୁଲାପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ପୋଲକୁ ନେଇ ଲାଗିଲା କଟକଣା

କଟକ : ରବିବାର ସନ୍ଧ୍ୟାରେ ଗୁଜୁରାଟ ର ମୋରବି ଜିଲ୍ଲାରେ ମଚ୍ଛୁ ନଦୀ ଉପରେ ଥିବା ଝୁଲାପୋଲ ଭୁଶୁଡି ପଡିଛି I ଏହି ହୃଦୟବିଦାରକ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ୧୪୧ କୁ ବୃଦ୍ଧି ପାଇଛି I ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ଆଠଗଡ଼ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା […]

Samaya Live Picture
Published On

କଟକ : ରବିବାର ସନ୍ଧ୍ୟାରେ ଗୁଜୁରାଟ ର ମୋରବି ଜିଲ୍ଲାରେ ମଚ୍ଛୁ ନଦୀ ଉପରେ ଥିବା ଝୁଲାପୋଲ ଭୁଶୁଡି ପଡିଛି I ଏହି ହୃଦୟବିଦାରକ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ୧୪୧ କୁ ବୃଦ୍ଧି ପାଇଛି I ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ଆଠଗଡ଼ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା କୁ ନେଇ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା । ପୋଲର ସୁରକ୍ଷା କୁ ନେଇ ଏଥିରେ ଏକାବେଳେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ଦିଆଯାଇଥିବା ଆଠଗଡ଼ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନାନୁସାରେ ବର୍ତ୍ତମାନ ଧର୍ମମାସ କାର୍ତିକ ଚାଲୁଥିବାରୁ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଏହି ପୋଲୋ ଉପର ଦେଇ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଯାତାୟାତ କରିଥାନ୍ତି I ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲର ଲମ୍ବ ୨୫୪ ମିଟର ଥିବା ବେଳେ ଭାରସାମ୍ୟ କ୍ଷମତା ଥିଲା ୧୫୦୦ ଲୋକ ।

ଝୁଲାପୋଲ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ(ଆର୍‌ଡି)ରୁ ଡକରା ପାଇ କୋଲକାତାର ନେହରୁ କଲୋନୀ ସ୍ଥିତ ଇଣ୍ଟିଗ୍ରେଟେଡ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ୍‌ ଆଣ୍ଡ ସର୍ଭିସ୍‌ର ଅଭିଜିତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ବୈଷୟିକ ଟିମ୍‌ ପୋଲକୁ ଯାଞ୍ଚ୍‌ କରିଥିଲେ । ପୋଲର ପିଲାରର ତଳ ଅଂଶ ନଷ୍ଟ ହୋଇଯାଇଥିବା ବେଳେ ପୋଲ ଉପରକୁ ବାନ୍ଧି ରଖିଥିବା ଷ୍ଟେନ୍‌ଗୁଡ଼ିକ ଦୁର୍ବଳ ହୋଇଗଲାଣି । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ଝୁଲାପୋଲ ରକ୍ଷଣ ବେକ୍ଷଣ ଅଭାବରୁ ଏବେ ଏହାର କ୍ଷମତା ୬୦୦ ଶହ ଥିବା ବେଳେ ଆଜି ଏହାକୁ କମାଇ ମାତ୍ର ୨୦୦ ଲୋକ ଯାତାୟତ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କେବଳ ବଡ଼ଓଷା ବ୍ରତଧାରୀମାନେ ଧବଳେଶ୍ୱର ଆସି ଦର୍ଶନ କରନ୍ତୁ। ସାଧାରଣ ଭକ୍ତମାନେ ନ ଆସନ୍ତୁ, ସେମାନେ ପରେ ଧବଳେଶ୍ୱର ଆସି ଦର୍ଶନ କରିପାରିବେ। ଯେଉଁମାନେ ଧବଳେଶ୍ୱର ଆସୁଛନ୍ତି ଶାନ୍ତିଶୃଙ୍ଖଳା ସହ ଦଶର୍ନ କରନ୍ତୁ, ପୁଲିସର ନିର୍ଦ୍ଦେଶ ମାନି ଚଳନ୍ତୁ।

ବର୍ଷବର୍ଷ ଧରି କ୍ଷମତାରୁ ଅଧିକ ଲୋକ ଯାତାୟତ କରୁଥିବାରୁ ଝୁଲାପୋଲରେ ଲାଗିଥିବା ଲୁହା କଡ଼ିଗୁଡ଼ିକ ଦୁର୍ବଳ ହୋଇଗଲାଣି । କୋଲ୍‌କାତାରୁ ଆସିଥିବା ବିଶେଷଜ୍ଞ ଟିମ୍‌ ଧବଳେଶ୍ୱର ଝୁଲା ପୋଲ ଦୁର୍ବଳ ହୋଇଥିବା ସ୍ୱୀକାର କରିବା ସହ ତୁରନ୍ତ ମରାମତି ପାଇଁ ପରାମର୍ଶ ଦେଇଛି ।

Tags: