ଅଭିଯୋଗ ପରେ ବଦଳିଲା ମା’ଶାରଳାଙ୍କ ମନ୍ଦିର ଘିଅ
ଜଗତସିଂପୁର : ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା ମନ୍ଦିରରେ ବଦଳିଲା ଘିଅ । ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଘିଅ ଫେରସ୍ତ ପରେ ଆସିଲା ନୂଆ ଘିଅ । ବ୍ୟବହାର ପାଇଁ ଓମ୍ଫେଡ୍ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଲା । ନିମ୍ନମାନର ଘିଅ ବ୍ୟବହାର ନେଇ ଅଭିଯୋଗ ପରେ ଘିଅ ଯାଞ୍ଚ ହୋଇଥିଲା । ସୂଚନାଯୋଗ୍ୟ, ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଅଭିଯୋଗ ଆଣିଥିଲେ […]
ଜଗତସିଂପୁର : ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା ମନ୍ଦିରରେ ବଦଳିଲା ଘିଅ । ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଘିଅ ଫେରସ୍ତ ପରେ ଆସିଲା ନୂଆ ଘିଅ । ବ୍ୟବହାର ପାଇଁ ଓମ୍ଫେଡ୍ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଲା । ନିମ୍ନମାନର ଘିଅ ବ୍ୟବହାର ନେଇ ଅଭିଯୋଗ ପରେ ଘିଅ ଯାଞ୍ଚ ହୋଇଥିଲା ।
ସୂଚନାଯୋଗ୍ୟ, ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଅଭିଯୋଗ ଆଣିଥିଲେ ଖୋଦ୍ ମନ୍ଦିରର ବଡ଼ପଣ୍ଡା । ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲା। ଘିଅର ମାନ ପରୀକ୍ଷା ପାଇଁ ସାମ୍ପଲ ସଂଗ୍ରହ କରିଥିଲେ । ଘିଅର ସାମ୍ପୁଲକୁ ପରୀକ୍ଷା ପାଇଁ ଭୁବନେଶ୍ବର ଲାବ୍କୁ ପଠାଯାଇଥିଲା ।




