ଆଜି ୪ ଜିଲ୍ଲାରେ ମୂଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ପରେ ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ଼ ସୋ’
ଭୁବନେଶ୍ବର:ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ବୁଧବାର ଖୋର୍ଦ୍ଧା,ନୟାଗଡ,ପୁରୀ ଓ କଟକ ପରେ ପ୍ରଚାର ପରେ ଭୁବନେଶ୍ବରରେ ରୋଡ ଶୋ’କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ସେଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ଏହାପରେ,ନୟାଗଡ଼, ପୁରୀ ତାଳବଣିଆ ଓ ପରେ କଟକ ଯାଇ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା […]
ଭୁବନେଶ୍ବର:ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ବୁଧବାର ଖୋର୍ଦ୍ଧା,ନୟାଗଡ,ପୁରୀ ଓ କଟକ ପରେ ପ୍ରଚାର ପରେ ଭୁବନେଶ୍ବରରେ ରୋଡ ଶୋ’କରିବେ ମୁଖ୍ୟମନ୍ତ୍ରୀ।
ପ୍ରଥମେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ସେଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ଏହାପରେ,ନୟାଗଡ଼, ପୁରୀ ତାଳବଣିଆ ଓ ପରେ କଟକ ଯାଇ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସେହିପରି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ଏକ ବିଶାଳ ରୋଡ ସୋ’କରିବେ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରିକରିଛି କମିସନରେଟ୍ ପୁଲିସ। ମଧ୍ୟ ଓ ଏକାମ୍ର ପରେ ଉତ୍ତର ଭୁବନେଶ୍ୱରସ୍ଥିତ ରେଣ୍ଟାଲ୍ ଓମ୍ଫେଡ ଛକ, ପେଟ୍ରୋଲ ପମ୍ପ ଛକ, ସାଲିଆସାହି, ମେ’ଫେୟାର, ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ମ୍ୟାକ୍ସ ସୋ’ରୁମ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଏହି ରୋଡ ସୋ’ ହେବ। ଏହି ରାସ୍ତା ଦେଇ କୌଣସି ଯାନବାହନ ଯିବା ଆସିବା କରିପାରିବେ ନାହିଁ। ସେହିପରି ସିଆର୍ପି ଛକ ଠାରୁ ରେଣ୍ଟାଲ ଓମଫେଡ ଛକ ପର୍ଯ୍ୟନ୍ତ ସାଢ଼େ ୫ଟାରୁ ରୋଡ ଶୋ ସରିବା ଯାଏଁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ। ଅନୁରୂପ ଭାବେ ସନ୍ଧ୍ୟା ସାଢ଼େ ୬ଟାରୁ ଜୟଦେବ ବିହାର ଛକ ଠାରୁ ବିଜୁ ପଟ୍ଟନାୟକ କଲେଜ ଆଡ଼କୁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ।
ସେଭଳି ସାଢ଼େ ୬ଟାରୁ ରୋଡ ସୋ’ସରିବା ପର୍ଯ୍ୟନ୍ତ ଜୟଦେବ ବିହାର ଛକ ଠାରୁ କିଟ୍ ଛକ ଏବଂ ସନ୍ଧ୍ୟା ୭ଟା ୧୫ ରୁ ରୋଡ ସୋ’ସରିବା ପର୍ଯ୍ୟନ୍ତ କିଟ୍ ଛକ ଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହାନ ଯାଇପାରିବେ ନାହିଁ। ଏହାସହିତ ଜାଭିୟର ଛକ ଆଡ଼କୁ ଆସୁଥିବା ଆମ୍ୱୁଲାନ୍ସଗୁଡ଼ିକ ଜୟଦେବ ବିହାର ଛକ ଠାରୁ ଦକ୍ଷିଣ ପାର୍ଶ୍ବ ରାସ୍ତା ଦେଇ ଜାଭିୟର ଛକ ପର୍ଯ୍ୟନ୍ତ ଆସି ସେଠାରୁ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ। ସେପରି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଆମ୍ୱୁଲାନ୍ସଗୁଡ଼ିକ ଡାହାଣ ପାର୍ଶ୍ବ ରାସ୍ତା ଦେଇ ଡମଣ ଛକ ପର୍ଯ୍ୟନ୍ତ ଆସି ସେହିଠାରୁ ଦକ୍ଷିଣ ପାର୍ଶ୍ବ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନଗୁଡ଼ିକୁ ରୋଡ ଶୋ’ ଲାଗି ଧାର୍ଯ୍ୟ କରାଯାଇଥିବା ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଉପରୋକ୍ତ ରାସ୍ତାରେ ନ ଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।




